ହକି ବିଶ୍ୱକପର ଦ୍ୱିତୀୟ ଦିନ: ଜାଣନ୍ତୁ କାହା ସହ କିଏ ଖେଳିବେ?

0

ଭୁବନେଶ୍ୱର (ଆମ ଟିଭି): ପୁରୁଷ ହକି ବିଶ୍ୱକପର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ପ୍ରଥମେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଚିଲି । ଦିନ ଗୋଟାଏରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ ହେବ । ଏହି ମ୍ୟାଚ ପରେ ଦିନ ୩ଟାରେ ନେଦରଲ୍ୟାଣ୍ଡ୍ସ ଓ ମାଲେସିଆ ମଧ୍ୟରେ ମ୍ୟାଚ ହେବ । ଏହି ମ୍ୟାଚଟି ମଧ୍ୟ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ।

ଆଜି ରାଉରକେଲାରେ ଏହି ଦୁଇଟି ମ୍ୟାଚ ପରେ ସଂଧ୍ୟା ୫ଟାରେ ବେଲଜିୟମ ଓ କୋରିଆ ମଧ୍ୟରେ ଟକ୍କର ହେବ । ସେହିପରି ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଟକ୍କର ହେବ । ଏହି ଦୁଇଟି ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ବେଲଜିୟମ, କୋରିଆ, ଜର୍ମାନୀ ଓ ଜାପାନ ପୁଲ ଫବି’ରେ ଥିବା ବେଳେ ନ୍ୟୁଜିଲାଣ୍ଡ, ଚିଲି, ନେଦରଲ୍ୟାଣ୍ଡ୍ସ, ମାଲେସିଆ ପୁଲ୍ ଫସି’ରେ ଅଛନ୍ତି ।

Leave A Reply

Your email address will not be published.