ହକି ବିଶ୍ୱକପ୍: ଫାଇନାଲରେ ପ୍ରବେଶ କଲେ ଜର୍ମାନୀ-ବେଲଜିୟମ

0

ଭୁବନେଶ୍ୱର (ଆମ ଟିଭି): ସେମିଫାଇନାଲରେ କଡ଼ା ଟକ୍କର କରି ଫାଇନାଲରେ ପ୍ରବେଶ କଲେ ଜମାନୀ – ବେଲଜିୟମ । ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଜର୍ମାନୀ ଫାଇନାଲକୁ ଯାଇଥିବାବେଳେ, ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବେଲଜିୟମ ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା । କିନ୍ତୁ ଶେଷ ୨ମିନିଟରେ ଓଲଟାପାଲଟା କରି ଅଷ୍ଟ୍ରେଲିଆକୁ ୪-୨ ଗୋଲରେ ପରାସ୍ତ କରିଥିଲା ଜର୍ମାନୀ ।

ଦ୍ୱିତୀୟ ସେମିଫାଇନାଲରେ ବେଲଜିୟମ ଓ ନେଦରଲାଣ୍ଡସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଦଳର ଖେଳାଳି ଲଢ଼ିଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟର ଉଭୟ ଦଳ ୨-୨ ଗୋଲ କରିବାକୁ ସକ୍ଷମ ହୋଇଥିଲେ । ଶେଷରେ ପେନାଲ୍ଟି ସୁଟଆଉଟରେ ୩-୨ ଗୋଲରେ ନେଦରଲାଣ୍ଡକୁ ପରାସ୍ତ କରି ବିଜୟୀ ହୋଇଛି ବେଲଜିୟମ । ଅର୍ଥାତ ଆସନ୍ତା ୨୯ତାରିଖରେ ଜର୍ମାନୀ ଓ ବେଲଜିୟମ ମଧ୍ୟରେ ଫାଇନାଲ ଲଢ଼େଇ ହେବ ।

 

Leave A Reply

Your email address will not be published.