ଜାନୁଆରୀ ୨୨ ଦିନ ୫ଟି ରାଜ୍ୟରେ ଛୁଟି ଘୋଷଣା

0

ନୂଆଦିଲ୍ଲୀ(ଆମ ଟିଭି): ପାଖେଇ ଆସୁଛି ସମୟ। ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ନେଇ କେବଳ ଦେଶ ନୁହେଁ ଦେଶ ବାହାର ଲୋକ ବି ଉତ୍ସବ ମୁଖର। ଗୁରୁବାର ରାମ ମନ୍ଦିରରେ ରାମଲଲାଙ୍କ ମୂର୍ତ୍ତିର ସ୍ଥାପନ ହେବାକୁ ଯାଉଛି। ପୂର୍ବରୁ କେବଳ ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ଜାନୁଆରୀ ୨୨ ସାରା ରାଜ୍ୟରେ ଛୁଟି ଘୋଷଣା କରିଥିବାବେଳେ ଏବେ ଆଉ ୫ରାଜ୍ୟ ସାର୍ବଜନୀକ ଛୁଟି ଘୋଷଣା କରିଛନ୍ତି।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜାନୁଆରୀ ୨୨କୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଜନସାଧାରଣଙ୍କୁ ଏହି ଦିନକୁ ଉତ୍ସବ ସହକାରେ ପାଳନ କରିବାକୁ ଉତ୍ସାହିତ କରାଯାଇଛି। ମୋହନ ସରକାର ରାଜ୍ୟରେ ସ୍କୁଲ ବନ୍ଦ ରଖିବା ସହ ମଦ ଓ ଭାଙ୍ଗ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ରଖିଛନ୍ତି। ସେହିପରି ରାମ ମନ୍ଦିର ସ୍ଥାପନ ନେଇ ଗୋଆ ସରକାର ଜାନୁଆରୀ ୨୨ରେ ସରକାରୀ ଅଫିସ ଓ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.