ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ

0

ଭୁବନେଶ୍ୱର (ଆମ ଟିଭି): ଓଲିଉଡ଼ରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାଯାଇଛି। ସେ ଲିଭର ସିରିଓସିସ ରୋଗରେ ପୀଡ଼ିତ ଥିବାର ସୂଚନା ମିଳିଛି। ସେ କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ପିଣ୍ଟୁ ନନ୍ଦଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ତାଙ୍କର ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ। କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି। ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ। ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି। ଏଣେ ବନ୍ଧୁ ଓ ପରିବାରବର୍ଗ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଥିବାର ସୂଚନା ମିଳିଛି।

ଓଲିଉଡର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ଅଛନ୍ତି। ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି। ପିଣ୍ଟୁ ବିଭିନ୍ନ ସମୟରେ ନାୟକ/ନାୟିକାଙ୍କ ଭାଇ,ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି। ପିଣ୍ଟୁ ଶତାଧିକ ଓଡ଼ିଆ ଛବିରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.