ଓଲିଉଡ଼ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫ ଉନ୍ମୋଚିତ*
ଶ୍ରାବଣୀ କ୍ରିଏସନ୍ସ ପ୍ରସ୍ତୁତ କରିଥିବା “ଆଜହାର୍ସ ସେଲିବ୍ରିଟି କ୍ୟାଲେଣ୍ଡର ୨୦୨୫”ର ଶୁଭ ଉନ୍ମୋଚନ, ଭୁବନେଶ୍ୱରର ଲାଇଫ୍ ହୋଟେଲରେ ହୋଇଛି l ଏହି କ୍ୟାଲେଣ୍ଡର ଉନ୍ମୋଚନ ଉତ୍ସବରେ ଶ୍ରାବଣୀ, ଆଜହାର, ଅଭିନେତା ଅନୁଭବ ମହାନ୍ତି, ଶୁଭାଶିଷ ଶର୍ମା (ମଣ୍ଟୁ), ପ୍ରଯୋଜକ ଟୁଟୁ ନାୟକ, ଅଭିନେତ୍ରୀ ପୁନମ ମିଶ୍ର, ଶୀତଲ ପାତ୍ର,ଆନିଶା ଶର୍ମାଙ୍କ ସମେତ ବଲିଉଡ ଅନେକ ନାମୀ କଳାକାର ଏବଂ ମୋଡେଲ ଯୋଗଦେଇଥିଲେ l
କ୍ୟାଲେଣ୍ଡରରେ ଅନେକ ମୋଡେଲଙ୍କ ସମେତ ଅଭିନେତାମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି, ଆକାଶ ଦାସ ନାୟକ, ଶୁଭାଶିଷ ଶର୍ମା (ମଣ୍ଟୁ), ଅଭିନେତ୍ରୀଙ୍କ ମଧ୍ୟରୁ ପୁନମ ମିଶ୍ର, ଶିବାନୀ ସଂଗୀତା, ଶୀତଲ ପାତ୍ରଙ୍କ ଫୋଟୋ ସ୍ଥାନିତ ହୋଇଛି l ଏହି କ୍ୟାଲେଣ୍ଡର ପାଇଁ ଶ୍ରାବଣୀ କ୍ରିଏସନ୍ସ ର ଅନେକ ସହଯୋଗ ରହିଛି l ଆମ ଓଲିଉଡ଼ର ଅଭିନେତା, ଅଭିନେତ୍ରୀ ଭାଇ ଭଉଣୀମାନେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ସବୁ ସମୟରେ ଏକାଠି ହୋଇପାରନ୍ତିନି, ଏହି କ୍ୟାଲେଣ୍ଡର ଯୋଗୁଁ ଆମେ ସମସ୍ତ କଳାକାର ଭାଇ ଭଉଣୀ ଏକାଠି ହେଇପାରୁଛୁ ବୋଲି ସୁପରଷ୍ଟାର ଅନୁଭବ ମହାନ୍ତି ଗଣମାଧ୍ୟମକୁ କହିଥିଲେ l ଆଜହାର ଙ୍କ ସହିତ ବିତିଥିବା ମଧୁର ମୁହୂର୍ତ୍ତ କଥା ମଧ୍ୟ୍ୟ ପ୍ରକାଶ କରିଥିଲେ l ଆଜହାରଙ୍କ ପରିକଳ୍ପନା ଯୋଗୁଁ ସେଲିବ୍ରିଟି କ୍ୟାଲେଣ୍ଡର ସମ୍ଭବ ହୋଇପାରିଛି ବୋଲି କ୍ୟାଲେଣ୍ଡରରେ ସ୍ଥାନ ପାଇଥିବା ସମସ୍ତ ଅଭିନେତା, ଅଭିନେତ୍ରୀ ଏବଂ ମୋଡେଲ ମାନେ ଆଜହାରଙ୍କୁ ଢେର ପ୍ରଶଂସା କରିଥିଲେ l ଏ ସୁଯୋଗ ପ୍ରତି ବର୍ଷ ଶ୍ରାବଣୀ କ୍ରିଏସନ୍ସ ଆଣିଦେଉଥାଉ ବୋଲି ସମସ୍ତେ ପ୍ରସ୍ତାବ ରଖିଥିଲେ l