ପରଲୋକରେ ହଲିଉଡ୍ ର ପ୍ରସିଦ୍ଧ ଗାୟିକା କୋକୋ ଲି
ନୂଆଦିଲ୍ଲୀ (ଆମ ଟିଭି): ହଲିଉଡ ରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି। ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ ଜୀବନ ହାରି ଦେଇଥିବାର ଦୁଃଖଦ ଖବର ଗୁରୁବାର ସାମ୍ନାକୁ ଆସିଛି। ଏହି ଦୁଃଖଦ ଖବରକୁ କୋକୋଙ୍କ ଭଉଣୀ କାରୋଲ ଓ ନାନସୀ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। କୋକୋଙ୍କ ଏଭଳି ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
କୋକୋଙ୍କ ପାଖ ଲୋକଙ୍କ କହିବାନୁସାରେ, କୋକୋ ଅନେକ ଦିନ ହେବ ଚିନ୍ତାରେ ରହି ଆସୁଥିଲେ। ସେ ପୂର୍ବ ଭଳି ଲୋକଙ୍କ ସହ ମିଶାମିଶି କରିବା ବନ୍ଦ କରି ଦେଇଥିଲେ। ଯେତିକି ଆବଶ୍ୟକ ସେତିକି କଥା ହେଉଥିଲେ। ଅନେକ ଦିନ ଚିନ୍ତାରେ ରହିବା ପରେ ଶେଷରେ ସେ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।