ବଢ଼ିଲା ହୋମଗାର୍ଡଙ୍କ ଭତ୍ତା : ୯ ହଜାରରୁ ହେଲା ୧୨୨୮୦ ଟଙ୍କା
ଭୁବନେଶ୍ବର(ଆମ ଟିଭି): ରାଜ୍ୟରେ କାର୍ଯ୍ୟରତ ହୋମଗାର୍ଡଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ହୋମଗାର୍ଡଙ୍କ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ୩୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ପୂର୍ବରୁ ହୋମଗାର୍ଡଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଭାବରେ ମାସିକ ୯୦୦୦ ଟଙ୍କା ମିଳୁଥିବା ବେଳେ ଏହାକୁ ଦୈନିକ ୪୧୬ ଟଙ୍କାକୁ ବୃଦ୍ଧି କରାଯାଇଛି।
ଏହାଦ୍ବାରା ସେମାନଙ୍କୁ ଡ୍ୟୁଟି କଲ୍ ଅପ୍ ଭତ୍ତାରେ ଭାବରେ ମାସିକ ୧୨,୨୮୦ ଟଙ୍କା ମିଳିବ। ଏତଦ୍ ବ୍ୟତୀତ ପୂର୍ବରୁ ମିଳୁଥିବା ଅନ୍ୟାନ୍ୟ ଭତ୍ତା ମଧ୍ୟ ପୂର୍ବବତ୍ ମିଳିବ।
Recover your password.
A password will be e-mailed to you.