ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ରୁଜୁ ହେବ ମାମଲା, ଇଡିକୁ ଅନୁମତି ଦେଲା ଗୃହ ମନ୍ତ୍ରଣାଳୟ

0

ଦିଲ୍ଲୀ ମଦ ଦୁର୍ନୀତି ସହିତ ଜଡିତ କଥିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଇଡିକୁ ଅନୁମତି ଦେଇଛି। ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ମଞ୍ଜୁରୀ ଦେଇଛି। ଗତ ବର୍ଷ ନଭେମ୍ବରରେ, ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଜଣେ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେବାକୁ ପଡିବ।

ଇଡି ଅରବିନ୍ଦ କେଜ୍‌ରିୱାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ ବୋଲି କହିଥିଲା। ଇଡି ତାଙ୍କୁ ଜଣେ ଷଡଯନ୍ତ୍ରକାରୀ ଏବଂ ବାଦଶାହା ଭାବରେ ବର୍ଣ୍ଣନା କରିଥିଲା। ଇଡି ମଧ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି, ଯାହା ବିରୋଧରେ କେଜ୍‌ରିୱାଲ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କହିଥିଲେ ଯେ ଚାର୍ଜସିଟ ଉପରେ ବିଚାର କରିବା ଉପରେ ରୋକ ଲଗାଯିବା ଉଚିତ୍‌।

Leave A Reply

Your email address will not be published.