ସୁନ୍ଦର, ଲମ୍ବା ଓ ମଜବୁତ୍ ନଖ ରଖିବା ପ୍ରାୟ ସବୁ ମହିଳାଙ୍କ ଇଛା। କିନ୍ତୁ କିଛି ମହିଳାଙ୍କର ନଖ ଜଲଦି ବଢ଼ି ନଥାଏ ତ କିଛି ମହିଳାଙ୍କର ନଖ ଭାଙ୍ଗିଯାଏ। ହେଲେ ଘରୋଇ ଉପାୟରେ ଆପଣ ସୁନ୍ଦର ଓ ଲମ୍ବା ନଖ ରଖିପାରିବେ।
ନଖକୁ ସୁନ୍ଦର କରିବା ପାଇଁ କିଛି ସହଜ ଉପାୟ:
ନିୟମିତ ସଫା କରିବା: ନଖର କୋଣକୁ ସଫା ରଖିବା ପାଇଁ ସାବୁନ ପାଣିରେ ନଖକୁ ଧୁଅନ୍ତୁ।
ତେଲ ମାଲିସ (Moisturizing): ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନଡ଼ିଆ ତେଲ, ବାଦାମ ତେଲ କିମ୍ବା ଅଲିଭ ଅଏଲ୍ ନଖରେ ମାଲିସ କଲେ ନଖ ମଜବୁତ୍ ହୁଏ।
ନଖ କାଟିବା: ନଖକୁ ଲମ୍ବା ନକରି ନିୟମିତ କାଟି ସଫା ରଖନ୍ତୁ। ନଖ କାଟିବା ପରେ ଫାଇଲର (Nail Filer) ସାହାଯ୍ୟରେ ତାକୁ ସେପ୍ ଦିଅନ୍ତୁ।
ନେଲ୍ ପଲିସ୍ ର ବ୍ୟବହାର: ଭଲ ବ୍ରାଣ୍ଡର ନେଲ୍ ପଲିସ୍ ବ୍ୟବହାର କରନ୍ତୁ ଏବଂ ନେଲ୍ ପଲିସ୍ ରିମୁଭର୍ ଅଳ୍ପ ବ୍ୟବହାର କରନ୍ତୁ, କାରଣ ଏହା ନଖକୁ ଶୁଖାଇ ଦିଏ।
ଖାଦ୍ୟପେୟ: ଶରୀରରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ବାୟୋଟିନ୍ ଯୁକ୍ତ ଖାଦ୍ୟ ଯେପରିକି ଅଣ୍ଡା, କ୍ଷୀର, ପତ୍ରକୋବି ଆଦି ଖାଇଲେ ନଖ ମଜବୁତ୍ ହୁଏ।
ସତର୍କତା: ନଖକୁ ଦାନ୍ତରେ କାମୁଡ଼ିବା ଅଭ୍ୟାସ ଛାଡ଼ନ୍ତୁ, ଏହା ନଖକୁ ଦୁର୍ବଳ କରିଦିଏ।