ନୂଆଦିଲ୍ଲୀ (ଆମ ଟିଭି): ରାଜସ୍ଥାନ ଭରତପୁରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି । ଯେଉଁଥିରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ୧୨ଜଣରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି
ସୂଚନା ଅନୁସାରେ, ରାଜସ୍ଥାନ ଭରତପୁରର ଏକ ଜାତୀୟ ରାଜପଥ ଉପରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଯାତ୍ରୀବାହି ବସ୍ ରାଜସ୍ଥାନ ପୁଷ୍କରରୁ ଉତ୍ତରପ୍ରଦେଶ ବୃନ୍ଦାବନ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କ ଜୀବନ ଚାଲିଯାଇଛି । ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର କହିବା ଅନୁସାରେ, ବସର ପଛପଟେ କିଛି ଯାତ୍ରୀ ଛିଡା ହୋଇ ଯାତ୍ରା କରୁଥିଲେ । ଅଚାନକ ଟ୍ରକ୍ ଆସି ବସକୁ ଧକ୍କା ଦେଇଥିଲା ।