ମୁମ୍ବାଇ (ଆମ ଟିଭି): ହସ୍ପିଟାଲରେ ଭର୍ତ୍ତି ହେଲେ ଶରଦ ପାୱାର । ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସପ୍ତାହରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ନଭେମ୍ବରରେ ହେବାକୁ ଥିବା ପାର୍ଟି କାର୍ କ୍ରମରେ ଅଂଶଗ୍ରହଣ କରିବା ସହ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରାରେ ଯୋଗଦେବେ ବୋଲି ଜଣାପଡ଼ିଛି। ଅସୁସ୍ଥତା କାରଣରୁ ପାୱାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଏନସିପି ପକ୍ଷରୁ ସୂଚନା ଦିଆଯାଇଛି।
ଅସୁସ୍ଥ ଥାଇ ବି ସେ ଆଗାମୀ ଦଳୀୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ବାତିଲ କରିନାହାନ୍ତି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ପ୍ରଥମେ ଦଳର ଏକ ଶିବିରରେ ଏବଂ ପରେ ପୂର୍ବତନ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବେ।