ହୋଟେଲ୍ କଳା ପ୍ଲାଷ୍ଟିକ ପ୍ୟାକେଟ୍ ଖାଦ୍ୟରେ ଲୁଚିଛି ଅଦୃଶ୍ୟ ବିପଦ, ଆଜି ହିଁ ବଦଳାନ୍ତୁ ଅଭ୍ୟାସ

0

ଆଜିର ଧାଁ-ଦୌଡ଼ ଭରା ଜୀବନରେ ସମୟ ବଞ୍ଚାଇବା ପାଇଁ ଆମେ ତୁରନ୍ତ ଖାଦ୍ୟ ଅର୍ଡର କରିବା, ପ୍ଲାଷ୍ଟିକ ଡବାରେ ଖାଦ୍ୟ ରଖିବା ଓ ସେହି ଡବାକୁ ବାରମ୍ବାର ବ୍ୟବହାର କରିବା ଭଳି ଅଭ୍ୟାସ କରି ନେଇଛୁ। ବିଶେଷକରି କଳା ରଙ୍ଗର ପ୍ଲାଷ୍ଟିକ ବକ୍ସରେ ହୋଟେଲ ଖାଦ୍ୟ ପ୍ୟାକ୍‌ ହୋଇ ଆସୁଥାଏ, ଯାହାକୁ ଆମେ ଅନେକ ସମୟ ଘରେ ସଞ୍ଚୟ କରି ପୁନଃ ବ୍ୟବହାର କରୁଛୁ। କିନ୍ତୁ ଏହି ସହଜ ବ୍ୟବସ୍ଥା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ।

କାହିଁକି କଳା ପ୍ଲାଷ୍ଟିକ ଡବା ହାନିକାରକ?

ରିସାଇକେଲ୍‌ ପ୍ଲାଷ୍ଟିକର ବ୍ୟବହାର:
ଅନେକ କଳା ପ୍ଲାଷ୍ଟିକ କଣ୍ଟେନର ରିସାଇକେଲ୍‌ ପ୍ଲାଷ୍ଟିକରୁ ତିଆରି ହୋଇଥାଏ। ଏଥିରେ ପୂର୍ବରୁ ବ୍ୟବହୃତ ଇଲେକ୍ଟ୍ରୋନିକ୍‌ ବା ଅନ୍ୟ ଉତ୍ପାଦର କେମିକାଲ ଅଂଶ ଥାଇପାରେ।

ଅଧିକ ତାପରେ କେମିକାଲ ମୁକ୍ତି:
ଗରମ ଖାଦ୍ୟ ରଖିବା ବା ମାଇକ୍ରୋୱେଭରେ ପ୍ଲାଷ୍ଟିକ ବକ୍ସକୁ ରଖି ଖାଦ୍ୟ ଗରମ କରିଲେ ପ୍ଲାଷ୍ଟିକରୁ କିଛି ବିଷାକ୍ତ ରସାୟନ ଖାଦ୍ୟରେ ମିଶିଯାଇପାରେ। ଏହା ଦୀର୍ଘ ସମୟରେ ଶରୀରରେ ସଂଚୟ ହୋଇ ସମସ୍ୟା ସୃଷ୍ଟି କରିପାରେ।

ହରମୋନ ସମସ୍ୟା:
କିଛି ପ୍ଲାଷ୍ଟିକରେ ଥିବା ବିଷାକ୍ତ ଦ୍ରବ୍ୟ ଶରୀରର ହରମୋନ ସନ୍ତୁଳନକୁ ବିଗାଡ଼ି ପାରେ, ଯାହା ଥାଇରଏଡ୍‌, ପ୍ରଜନନ ସମସ୍ୟା ଓ ଅନ୍ୟାନ୍ୟ ଜଟିଳତାକୁ ବଢ଼ାଇପାରେ।

କ୍ୟାନ୍ସର ଆଶଙ୍କା:
ଅଧିକ ତାପରେ ପ୍ଲାଷ୍ଟିକର କିଛି ଉପାଦାନ ବିକୃତ ହୋଇ ଦୀର୍ଘ ସମୟ ଧରି ଶରୀରକୁ କ୍ଷତି କରିପାରେ, ଯାହା କ୍ୟାନ୍ସର ଆଶଙ୍କାକୁ ବଢ଼ାଇଦେଇପାରେ।

ଶ୍ୱାସକୋଷ ସମସ୍ୟା:
ପ୍ଲାଷ୍ଟିକ ଜଳିବା ବା ବିକୃତ ହେବାରେ ବାୟୁମଣ୍ଡଳରେ ହାନିକାରକ ଧୂଆଁ ମିଶିପାରେ, ଯାହା ରେସ୍ପିରେଟରୀ ସମସ୍ୟା ଜନ୍ମଦେଇପାରେ।

ପରିବେଶ ଉପରେ ପ୍ରଭାବ
ପ୍ଲାଷ୍ଟିକର ଲଗାତାର ବ୍ୟବହାର ଓ ତାହାର ଅବ୍ୟବସ୍ଥିତ ପରିଚାଳନା ପରିବେଶକୁ ଗୁରୁତର ଭାବେ ପ୍ରଦୂଷିତ କରୁଛି। ପ୍ଲାଷ୍ଟିକ ମାଟି ଓ ପାଣିରେ ଶତାବ୍ଦୀ ଧରି ଅବିକୃତ ରହି ପ୍ରକୃତିକୁ କ୍ଷତି କରୁଛି।

କଣ କରିବେ?
:-ଗରମ ଖାଦ୍ୟ କାଚ ବା ଷ୍ଟେନଲେସ୍‌ ଷ୍ଟିଲ ପାତ୍ରରେ ରଖନ୍ତୁ।
:-ପ୍ଲାଷ୍ଟିକ ବକ୍ସକୁ ମାଇକ୍ରୋୱେଭରେ ବ୍ୟବହାର କରିବେ ନାହିଁ।
:-କଳା ପ୍ଲାଷ୍ଟିକ ବକ୍ସକୁ ଶୁଖିଲା ଜିନିଷ ରଖିବାରେ ମାତ୍ର ବ୍ୟବହାର କରନ୍ତୁ।
:-“ମାଇକ୍ରୋୱେଭ ସେଫ” ଲେବେଲ୍‌ ଥିବା ପାତ୍ର ବ୍ୟବହାର କରନ୍ତୁ।
:- ଥରେ ବ୍ୟବହାର ହୋଇଥିବା ଡବାକୁ ପୁଣିପୁଣି ବ୍ୟବହାର କରିବା ଏଡାନ୍ତୁ।

Leave A Reply

Your email address will not be published.