ହୋଟେଲ ସମ୍ବିତ ରୟାଲର ପାରାଦ୍ୱୀପ ଶାଖା ଉଦ୍‌ଘାଟନ

0

ଭୁବନେଶ୍ବର (ଆମ ଟିଭି):  ସମ୍ବିତ ରିସର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ନବମ ଶାଖା ହୋଟେଲ ସମ୍ବିତ ରୟାଲ ର ପାରାଦ୍ୱୀପ ଦୋଛକିଠାରେ ମହାସମାରୋହରେ ଉଦ୍‌ଘାଟନ ହୋଇଯାଇଅଛି । ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶିଳ୍ପର ବିକାଶ ସହିତ ହୋଟେଲ ଶିଳ୍ପ ଅଙ୍ଗାଅଙ୍ଗୀ ଭାବେ ଜଡିତ। ପାରାଦ୍ୱୀପଠାରେ ଶିଳ୍ପାୟନର ଦ୍ରୁତ ବିକାଶ ଓ ପୁଞ୍ଜି ନିବେଶକାରୀମାନଙ୍କର ରହଣି ସୁବିଧା ସହିତ ସାଧାରଣ ବର୍ଗର ଜନସାଧାରଣ ଏଠାରେ ସୁଲଭ ମୂଲ୍ୟରେ ଏଭଳି ଅତ୍ୟାଧୁନିକ ହୋଟେଲରେ ଆବଶ୍ୟକ ମୁତାବକ ସେବା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ପ୍ରକାଶ କରିଥିଲେ ।

ଉକ୍ତ ଉଦ୍‌ଘାଟନ ଉତ୍ସବରେ ପାରାଦ୍ୱୀପର ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ରାଜନେତା, ବିଭିନ୍ନ କମ୍ପାନୀମାନଙ୍କର ଉଚ୍ଚପଦାଧିକାରୀ ଓ ଏହି ଅଚଂଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପାରାଦ୍ୱୀପଠାରେ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଏକ
ଅତ୍ୟାଧୁନିକ ହୋଟେଲ ନିର୍ମାଣ କରିଥିବାରୁ ସମ୍ବିତ ରିସର୍ଟ ଗୃପର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପାରାଦ୍ୱୀପର ଉପସ୍ଥିତ ସମସ୍ତ ଗୁରୁଜନ ଓ ଅତିଥିମାନଙ୍କ ନିର୍ମିତ ଏକ ବନ୍ଧୁମିଳନରେ ଆପ୍ୟାୟିତ କରାଯାଈଥିଲା।

Leave A Reply

Your email address will not be published.