୧୨ଟା ଯାଏଁ ଗୃହ ମୁଲତବୀ, ଧାରଣାରେ ବିଜେଡି

0

ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଚାଲି ପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇଗଲା । ଗୃହରେ ହଙ୍ଗାମା କରୁଥିବା ବିରୋଧୀଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ବାଚସ୍ପତି । କିନ୍ତୁ ବାଚସ୍ପତିଙ୍କ କଥାକୁ ନମାନି ପୋଡିୟମ ଉପରକୁ ଚଢି ପ୍ଲାକାର୍ଡ ଧରି ନାରାବାଜୀ କରିଥିଲା ବିଜେଡି । ଏହାପରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।
ସେପଟେ ବିଜୁ ବାବୁଙ୍କ ପ୍ରତି ସରକାରଙ୍କ ଅସମ୍ମାନ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି ବିଜେଡି । ବିଜୁ ବାବୁଙ୍କ ପ୍ରତି ସରକାରଙ୍କ ଏତେ ହୀନମନ୍ୟତା କାହିଁକି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।

Leave A Reply

Your email address will not be published.