କେମିତି ଆସିଲା ଫିରିଙ୍ଗି ଶାସନ, ଜାଣନ୍ତୁ ପୁରା ଇତିହାସ

0

ଭାରତରେ ବିନିଯୋଗ ଓ ବ୍ୟବସାୟର କାହାଣୀ ୧୬୦୦ ଦଶକରେ ଆରମ୍ଭ ହୋଇଥିଲା । ଇଷ୍ଟ ଇଣ୍ଡିଆ କମ୍ପାନୀ ନାଁରେ ବ୍ରିଟିଶ୍‌ମାନେ ଭାରତରେ ପ୍ରବେଶ କରିଥିଲେ । ଆଉ ଏହାପରେ ସେମାନେ ଧିରେ ଧିରେ ବ୍ୟବସାୟ ନାଁରେ ଚାରିଆଡ଼େ ନିଜ ପତିଆରା ବିସ୍ତାର କରିବାକୁ ଲାଗିଲେ । ଭାରତରେ ବାଣିଜ୍ୟ କରିବାକୁ ଆସିଥିବା ବଣିକମାନେ ଧିରେ ଧିରେ ସାମରିକ ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଆରମ୍ଭ କଲେ । କାରଣ ସେମାନଙ୍କ ପାଖରେ ବିପୁଳ ପରିମାଣର ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ଥିଲା । ସେ ବିଭିନ୍ନ ଦେଶ ଉପରେ ବଳ ପ୍ରୟୋଗ କରି ସେମାନଙ୍କୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କଲେ । ଖାଲି ସେତିକି ନୁହେଁ ଦୁର୍ବଳ ଥିବା ଦେଶଗୁଡ଼ିକୁ ଯୁଦ୍ଧରେ ପରାସ୍ତ କରି ସେଠାକାର ଶାସନ ଡୋରି ନିଜ ହାତକୁ ନେଲେ । ୧୭୫୭ ସୁଦ୍ଧା, ସେମାନେ ଦେଶର ଅନେକ ସ୍ଥାନରେ ନିଜର ପତିଆରା ସ୍ଥାପନ କରିସାରିଥିଲେ ।ଇଂରେଜ ସରକାରର ଏଭଳି ଅନ୍ୟାୟ ଧିରେ ଧିରେ ଦେଶର ଲୋକଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧିଥିଲା । ସ୍ଥାନୀୟ ଜନସାଧାରଣ ସେମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଲାଗିଲେ । ପ୍ରଥମ ସଂଗଠିତ ବିଦ୍ରୋହ ୧୮୫୭ ମସିହାରେ ବ୍ରିଟିଶ ଶାସନ ବିରୁଦ୍ଧରେ ହୋଇଥିଲା । ଭାରତୀୟ ସୈନିକମାନଙ୍କର ଏକ ଦଳ ମିରଟରେ ବ୍ରିଟିଶ ମାନ୍ୟତା ବିରୁଦ୍ଧରେ ବିଦ୍ରୋହ କରିଥିଲେ । ଯାହାକୁ ସିପାହୀ ବିଦ୍ରୋହ କୁହାଗଲା । ଏହା ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ରୂପ ଦେଇଥିଲା । ଆଉ ଧିରେ ଧିରେ ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିଲା ଫିରିଙ୍ଗିଙ୍କ ବିରୋଧରେ ସ୍ୱାଧୀନତା ସଂଗ୍ରାମ ।

Leave A Reply

Your email address will not be published.