ଭୁବନେଶ୍ୱର(ଆମ ଟିଭି): ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା । ୨୨ତାରିଖ ଅପରାହ୍ନ ୪ଟାରେ ନଡ୍ଡା ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା କାର୍ୟ୍ୟାଳୟକୁ ସିଧାସଳଖ ଗସ୍ତ କରି ବରଗଡ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ୟ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ ।
ଏହା ପରେ ୨୩ ତାରିଖ ଦିନ ବୁର୍ଲାରୁ ବାହାରି ସିଧାସଳଖ ଭବାନିପାଟଣା ଠାରେ ପହଂଚିବା ପରେ ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତୀ ଅବସରରେ ଅନୁଷ୍ଠିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ ଓ ପ୍ରମୁଖ କାର୍ୟ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ । ଅପରାହ୍ନରେ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଜ୍ଝ