ଭାରତର ବିରାଟ ବିଜୟ
ଦିନିକିଆ କ୍ରିକେଟ୍ ମହାକୁମ୍ଭ ବିଶ୍ୱକପ୍ରେ ଭାରତର ଦମ୍ଦାର ବିଜୟ ହୋଇଛି। ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି ଭାରତ। ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍ କୋହଲି ଓ କେ.ଏଲ୍ ରାହୁଲ୍। ବିପର୍ଯ୍ୟୟ ପରେ ଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟ ଦ୍ୱାରରେ ପହଞ୍ଚାଇ ଥିଲେ।
ଚେନ୍ନାଇର ଏମ୍ଏ ଚିଦାମ୍ୱାରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ୨୦୦ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପ୍ନିଂ କରିବାକୁ ଆସିଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଈଶାନ କିଶନ। ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲ୍ରେ ପାଭିଲିୟନ୍ ଫେରି ଯାଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍ରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ ଆସିଥିଲେ ବିରାଟ୍ କୋହଲି।
ଦ୍ୱିତୀୟ ଓଭରରେ ବୋଲିଂ କରିବାକୁ ଆସିଥିବା ଜୋଶ ହାଜେଲଉଡ ଭାରତ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ନିଜର ବ୍ୟକ୍ତିଗତ ଭାବେ ପ୍ରଥମ ଓଭରର ତୃତୀୟ ବଲ୍ରେ ରୋହିତଙ୍କୁ LBW କରିବା ବେଳେ ଷଷ୍ଠ ବଲ୍ରେ ଶ୍ରେୟସ ଆୟରଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ ଜୋଶ ହାଜେଲଉଡ। ଅର୍ଥାତ ଈଶାନଙ୍କ ପରି ରୋହିତ ଓ ଶ୍ରେୟସ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ। ମାତ୍ର ୨ ରନ୍ରେ ୩ଟି ୱିକେଟ୍ ଯାଇଥିଲା ଭାରତ।