ମୁଁ ଜଣେ ମୁଖ୍ୟମନ୍ତ୍ରୀ, କାହିଁକି ଏମିତି କହିଲେ ସୋରେନ

0

ରାଞ୍ଚି: ବେଆଇନ ଖଣି ମାମଲାରେ ଜେରା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ହେମନ୍ତ ସୋରେନ୍‌ କହିଛନ୍ତି, ମୁଁ ଜଣେ ମୁଖ୍ୟମନ୍ତ୍ରୀ। ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ। କିନ୍ତୁ, ମୋ ପାଖକୁ ଯେଭଳି ସମନ୍‌ ଆସୁଛି ମୋର ମନେହେଉଛି ସତେ ଅବା ମୁଁ ଦେଶ ଛାଡ଼ି ପଳାଇଯିବି। ବ୍ୟବସାୟୀଙ୍କ ଛଡ଼ା କୌଣସି ରାଜନେତା ଦେଶ ଛାଡ଼ି ଚାଲିଯାଇଥିବା କଥା ମୋର ମନେହୁଏ ନାହିଁ।

ଗୁରୁତ୍ବାରୋପ କରି ସେ ପୁଣି ମଧ୍ୟ କହିଛନ୍ତି ଯେ, ତାଙ୍କ ବିରୋଧରେ ଆଗତ ଅଭିଯୋଗ ଭିତ୍ତିହୀନ। ସେ କହିଛନ୍ତି, ଏଡ଼େ ସହଜରେ ଜଣେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତେ ବଡ଼ ଅଭିଯୋଗ ଆସିବା ଦେଖି ମୁଁ ତଟସ୍ଥ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ଦୁଇ ବର୍ଷ ହେବ ସମଗ୍ର ରାଜ୍ୟର ପଥର ଖାଦନଗୁଡ଼ିକରୁ ସମୁଦାୟ ରାଜସ୍ବ ଆୟ ପ୍ରାୟ ୭୫୦ କୋଟି ଟଙ୍କା ବୋଲି ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ପତ୍ର ଲେଖି ଜଣାଇଛନ୍ତି। ସେଥିରେ ଆପଣ ୧୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କରୁଛନ୍ତି କିଭଳି?।

Leave A Reply

Your email address will not be published.