ବିଜେଡିରୁ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି: ସୌଭିକ୍‌ ବିଶ୍ବାଳ

0

ବିଜେଡିରୁ ନିଲମ୍ବିତ ହେବା ପରେ ଆଜି ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କଲେ ସୌଭିକ୍‌ ବିଶ୍ବାଳ।  ସାମ୍ୱାଦିକ ସମ୍ମିଳନୀରେ ସୌଭିକ୍‌ ବିଶ୍ବାଳ କହିଛନ୍ତି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି ଖାଇବାକୁ ପଡ଼େ ତାହାଲେ ସାମ୍ନା କରିବି । କେବଳ ବାପାଙ୍କ ପାଇଁ ମୋତେ ବିଧାନସଭା ଯିବାକୁ ସୁଯୋଗ ମିଳିଛି ।ମୋତେ ନିଲମ୍ବନ ନୁହେଁ ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି।

ସେ ଆଉ ମଧ୍ୟ କହିଛନ୍ତି ବାପାଙ୍କୁ ବହିଷ୍କାରର ୫ ଦିନ ପରେ ମୋତେ ନବୀନ ନିବାସରୁ ଡାକରା ଆସିଥିଲା । ଭାବିଥିଲି ମୋତେ ବାପାଙ୍କ ବାବଦରେ ଡାକି କିଛି କହିବେ ବୋଲି । ମାତ୍ର ମୋତେ ନିର୍ମାଲ୍ୟ ଛୁଆଁଇ ସଂତୃପ୍ତ ମିଶ୍ରଙ୍କୁ ଭୋଟ ଦେବାକୁ କହିଲେ । ମୁଁ ସିଧା ମନା କରିଥିଲି, ଏହି ନିଷ୍ପତ୍ତି ମୁଁ ନେଇ ପାରିବିନି, ବାପା ନେବେ । ଆଉ ନିର୍ବାଚନରେ ନିଜର ବିବେକ ଅନୁଯାୟୀ ଭୋଟ୍ ଦେଇଛି । ସୂଚନା ଯୋଗ୍ୟ; ରାଜ୍ୟସଭା ନିର୍ବାଚନରେ ସୌଭିକ ବିଶ୍ୱାଳଙ୍କ ସହିତ ଅନ୍ୟ ୧୦ ବିଧାୟକ ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ ଭୋଟିଂ କରି ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ ।

Leave A Reply

Your email address will not be published.