ନୂଆଦିଲ୍ଲୀ (ଆମ ଟିଭି): ଏବେ ସୋସିଆଲ ମିଡିଆରେ କେବଳ ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ମାମଲା ଚର୍ଚ୍ଚାରେ ରହିଛି । ଏହି ମାମଲା ଦିନକୁ ଦିନ ଏହାର ରହସ୍ୟ ବିଭିନ୍ନ ମୋଡ ନେବାରେ ମଧ୍ୟ ଲଗିଛି । ଏହି ମାମଲାର ଆଉ ଏକ ବୟାନ ସାମ୍ନାକୁ ଆସିଛି । ରାଜାଙ୍କ ବନ୍ଧୁ ଆକାଶଙ୍କର ଏପରି ବୟାନ ଆଉ ଏକ ରହସ୍ୟର ଖୁଲାସା କରିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।
ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି । ଏହି ସମୟରେ ରାଜାଙ୍କ ବନ୍ଧୁ ଆକାଶଙ୍କର ଏପରି ବୟାନ ଏକ ଇଣ୍ଟରଭ୍ୟୁରୁ ମିଳିଥିବା ଜଣାପଡିଛି । ବନ୍ଧୁ ଆକାଶ ସ୍ପଷ୍ଟ କରି କହିଛନ୍ତି ଯେ, ରାଜା ସୋନମଙ୍କ ନିର୍ବନ୍ଧ ପରେ ରାଜାଙ୍କ ମନରେ ସନ୍ଦେହ ଆସିଥିଲା । ସୋନମ ତାଙ୍କୁ ସମୟ ଦେଉନାହାଁନ୍ତି । ଯଦି ସେ ସୋନମଙ୍କୁ ସମୟ ଦେଉଛନ୍ତି ତେବେ ସେ କାହିଁକି ଦେବେନି? ଫୋନ ବି ଉଠାଉନାହାଁନ୍ତି । ମୁଁ କ’ଣ କରିବି ? ମୁଁ ବାହା ହେବି କି ନାହିଁ? କିନ୍ତୁ ସେ ଏହାକୁ ଅଣଦେଖା କରିଥିଲେ । ଆଉ କହିଥିଲେ ଯେ, ନୂଆ ନୂଆବେଳେ ଏମିତି ହୁଏ । ସମୟ ଦିଅ, ସବୁ ଠିକ୍ ହେଇଯିବ ବୋଲି ଆକାଶ ରାଜାଙ୍କୁ କହିଥିଲେ । କିନ୍ତୁ ସେ କେବେ କଳ୍ପନା କରିନଥିଲେ ଏମିତି କିଛି ଘଟିଯିବ ।
ଏତିକି ନୁହେଁ ବରଂ ଆହୁରି କଥା ରାଜା ଆକାଶଙ୍କୁ କହିଥିଲେ ଯେ, ସୋନମ ନିଜେ ହନିମୁନ ପାଇଁ ଯୋଜନା କରିଛନ୍ତି । ତା ସହିତ କାମାକ୍ଷା ଦେବୀ ଏବଂ ମେଘାଳୟ ପାଇଁ ଟିକେଟ୍ ବୁକ୍ କରିଛନ୍ତି । ଯିବା ସମୟରେ ମଧ୍ୟ ରାଜା ଆକାଶଙ୍କୁ ଫୋନ କରି କହିଲେ ତୁମ ଭାଉଜ ଟିକେଟ ବୁକ୍ ବି କରିଛନ୍ତି । ମୁଁ ଯାଉଛି, ଏହା ତାଙ୍କ ଶେଷ କଥା ଥିଲା । ସୋନମଙ୍କ ସମ୍ପର୍କରେ ମଧ୍ୟ ଆକାଶ ଇଣ୍ଟରଭ୍ୟୁରେ କହିଛନ୍ତି । ସେ କହିଛନ୍ତି ଯେ ସୋନମ ସବୁବେଳେ ଭଦ୍ର, ଶାନ୍ତ ଏବଂ ସମ୍ମାନର ସହିତ ବ୍ୟବହାର କରୁଥିଲେ। ସେ କେବେ ଭାବି ନଥିଲେ ଯେ ସେ ଏତେ ଭୟଙ୍କର ଷଡ଼ଯନ୍ତ୍ରର ଅଂଶ ହୋଇପାରିବେ। ମୁଁ ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ସୋନମ ଏହା କରିଛନ୍ତି, କିନ୍ତୁ ଯଦି ସେ ଏପରି କରନ୍ତି, ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ । ତାଙ୍କ ପାଇଁ ଆଜି ଜଣଙ୍କ ପୁଅର ଜୀବନ ଚାଲିଗଲା । ରାଜାଙ୍କ ମୃତ୍ୟୁ କେବଳ ଏକ ହତ୍ୟା ନଥିଲା, ବରଂ ଏକ ବନ୍ଧୁ, ଏକ ପୁଅ ଏବଂ ଏକ ପରିବାରର ଆଶାର ଅନ୍ତ ଥିଲା । ଅନ୍ୟପଟେ ରାଜାଙ୍କ ପରିବାର ସ୍ପଷ୍ଟ ଦାବି କରିଛନ୍ତି ଯିଏ ଦୋଷୀ ତାଙ୍କୁ ଫାଶୀ ଦିଆଯାଉ । ତେଣିକି ସିଏ ଯିଏ ବି ହେଇଥାଉ ନା କାହିଁକି । ଏପରି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ରାଜାଙ୍କ ମା ଅସୁସ୍ଥ ହୋଇପଡିଛନ୍ତି ।