ପାଟନା (ଆମ ଟିଭି): ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାଁ କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆଜି ଏହି ସବୁ ଚର୍ଚ୍ଚାର ପୂର୍ଣ୍ଣଛେଦ ପକାଇଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ତାଙ୍କର ପ୍ରଧାନମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ । ବରଂ ୨୦୨୪ ପୂର୍ବରୁ ସବୁ ବିରୋଧୀ ଏକଜୁଟ୍ ହେବାର ସମୟ ଆସିଲାଣି ବୋଲି ସେ କହିଛନ୍ତି । ବିରୋଧୀ ଏକଜୁଟ୍ ହୋଇ ଦେଶର ସମସ୍ୟାକୁ ସମାଧାନ କରିବାକୁ ପଡିବ ।
ଏନେଇ ସେ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା ଜାରି ରଖିଛନ୍ତି । ଖୁବଶୀଘ୍ର ଏନେଇ ଏକ ଏଜେଣ୍ଡା ପ୍ରସ୍ତୁତ ହେବ । ୨୦୧୪ରେ ଯିଏ ସରକାରକୁ ଆସିଥିଲେ ସେମାନେ ଚିନ୍ତା କରିବା ଦରକାର ଯେ ୨୦୨୪ରେ ସରକାର ଗଠନ କରିପାରିବେ କି ନାହିଁ । କାରଣ ସେତେବେଳର ସମୟ ଆଉ ଏବେ ନାହିଁ ।