ଦୁର୍ନୀତି ଅଭିଯୋଗରେ ମୁଁ ୯ ଜଣ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ନିଲମ୍ବିତ କରିଛି: ପଞ୍ଚାୟତିରାଜ ମନ୍ତ୍ରୀ

0

ପଞ୍ଚାୟତିରାଜ ବିଭାଗ ଖୋଜୁଛି ମୂଷା। ପୁରୁଣା ମୂଷା ହେଉ କି ନୂଆ ମୂଷା, ଦଣ୍ଡ ପାଇବା ନିଶ୍ଚିତ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ସେ କହିଛନ୍ତି, ବିଭାଗରେ ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ। ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ ଯିଏ କି ଏବେ ଭିଜିଲାନ୍ସରେ ଧରାପଡ଼ିଛନ୍ତି ।

ପୁରୁଣା ମୂଷା ହେଉ କି ନୂଆ ମୂଷା, ଦଣ୍ଡ ପାଇବା ନିଶ୍ଚିତ ବୋଲି କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ। ସେ କହିଛନ୍ତି, ବିଭାଗରେ ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ। ଆମେ ଏଭଳି ମୂଷାଙ୍କୁ ଖୋଜୁଛୁ ଯିଏ କି ଏବେ ଭିଜିଲାନ୍ସରେ ଧରାପଡ଼ିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ନୀତି ଅଭିଯୋଗ ଆସିବା ପରେ ମୁଁ ନିଜେ ୯ ଜଣ କନିଷ୍ଠ ଯନ୍ତ୍ରୀ ଓ ବିଡିଓଙ୍କୁ ନିଲମ୍ବିତ କରିଛି। ଆମ ପାଖକୁ କିଛି ଅଭିଯୋଗ ଆସିଥିଲା। ଏହାପରେ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଯିଏ ଦୁର୍ନୀତି କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

Leave A Reply

Your email address will not be published.