ମୁଁ ତୁମକୁ ଭଲପାଏ

0

ପୁଣି ଏକ ପ୍ରେମ କାହାଣୀ। ଏଥିରେ ପ୍ରେମୀଯୋଡ଼ି ସାଜିଛନ୍ତି ମୁନ୍ନା, ସ୍ବପ୍ନା ପ୍ରିୟଙ୍କା। ଏମାନଙ୍କ ପ୍ରେମ ପଥରେ ଯେଉଁମାନେ ଫୁଲ ଅଥବା କଣ୍ଟା ବୁଣିବେ ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀତମ୍ ଦାସ, ପିଣ୍ଟୁ ନନ୍ଦ, ବବି ମିଶ୍ର,କେକେ ଏବଂ ଜୀବନ ପଣ୍ଡା ପ୍ରମୁଖ କଳାକାର।

ଜୟ ଅମ୍ବେ ପ୍ରଡକ୍ସନ୍ ବ୍ୟାନର ନିବେଦିତ ଏଇ ଚଳଚ୍ଚିତ୍ରର କାହାଣୀ ପରିକଳ୍ପନା କରିଥିବା ଅଶୋକ କୁମାର ଦାଶ ଏହାର ପ୍ରଯୋଜନା ମଧ୍ୟ କରୁଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ଦିଲୀପ ପଣ୍ଡା। ତ୍ରର ଶୀର୍ଷକ ରହିଛି ‘ମୁଁ ତୁମକୁ ଭଲପାଏ’। ଏଥିରେ ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା ଓ ସଙ୍ଗୀତ ସଜାଇଛନ୍ତି ବୈଦ୍ୟନାଥ ଦା‌ଶ। କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, ଇରା ମହାନ୍ତି, ଦୀପ୍ତିରେଖା, ମଣ୍ଟୁ ଛୁରିଆ, ଅସୀମା ପଣ୍ଡା, ସ୍ବୟମ୍ ପାଢ଼ୀ, କୁଲଦୀପ୍ ଏବଂ ସତ୍ୟଜିତ୍ ପ୍ରଧାନ। ଏହାର ନାୟକ ସାଜିଥିବା ମୁନ୍ନା ପୂର୍ବରୁ ରିୟା ଦେ ଙ୍କ ସହ ‘ଦିୱାନା ହେଲି ତୋ ପାଇଁ’ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ସୁଟିଂ ପରେ ମୁକ୍ତିଲାଭ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହେବ ବୋଲି କ୍ରିଏଟିଭ ହେଡ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.