୨୪ ଘଣ୍ଟା ଭିତରେ ମାରିଦେବୁ, ସାଂସଦଙ୍କୁ ପୁଣି ହତ୍ୟା ଧମକ

0

୨୪ ଘଣ୍ଟା ଭିତରେ ତୁମକୁ ମାରିଦେବୁ। ଆମ ଲୋକ ତୁମର ବେଶ ନିଟତର ହୋଇଗଲେଣି। ଆଜି ତୁମ ଶେଷ ଦିନ, ଯାହା କରିବାର ଅଛି କରିନିଅ। ବିହାର ପୂର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ଗ୍ୟାଙ୍ଗ ତରଫରୁ ପୁଣି ଥରେ ଏଭଳି ଧମକ ମିଳିଛି।

ପୂର୍ଣ୍ଣିୟା ସାଂସଦ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ବର୍ତ୍ତମାନ ପୂର୍ଣ୍ଣିଆରେ ଅଛନ୍ତି। ତାଙ୍କୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ଗତ ୨୪ ଘଣ୍ଟା ମହଲତ ଦେଇଛନ୍ତି। ହ୍ୱାଟସ୍‌ଆପ୍‌ର ଏହି ଧମକପୂର୍ଣ୍ଣ ମେସେଜ ଆସିଛି। ଏଥିରେ କୁହାଯାଇଛି ଯେ, ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ଅଙ୍ଗରାକ୍ଷୀମାନେ ମଧ୍ୟ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ। ଜନ୍ମଦିନର ଶୁଭେଚ୍ଛା, ଲରେନ୍ସ ଭୋଇ ଏବଂ ତାଙ୍କ ଦଳ। ପୂର୍ଣ୍ଣିୟା ସାଂସଦ ଆପଣଙ୍କର ଶେଷ ଦିନକୁ ଉପଭୋଗ କରନ୍ତୁ।

Leave A Reply

Your email address will not be published.