ନ ଜିତିବା ଯାଏ ଛାଡ଼ିବୁ ନାହିଁ,ନେତାନ୍ୟାହୁ

0

ଜେରୁଜେଲମ୍‌ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ୍‌ ଆତଙ୍କବାଦୀଙ୍କ ବିରୋଧରେ ବିଜୟ ହାସଲ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ କେହି ଅଟକାଇ ପାରିବେ ନାହିଁ।

ଅନ୍ୟପକ୍ଷରେ ଗାଜାରେ ବର୍ତ୍ତମାନ ସୁଦ୍ଧା ୧୮,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଏଥିରେ ମୁଖ୍ୟତଃ ମହିଳା ଏବଂ ଶିଶୁ ଅନ୍ତର୍ଭୁକ୍ତ। ଏହି ସମୟରେ ହମାସ୍‌ ମୁଖ୍ୟ ଇସ୍‌ମାଇଲ ହନିହେ କହିଛନ୍ତି, ଇସ୍ରାଏଲର ଆକ୍ରମଣକୁ ରୋକିବା ପାଇଁ ଆମେ କୌଣସି ଆଇଡିଆ ଏବଂ ପଦକ୍ଷେପ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। ଏହା ପାଲେଷ୍ଟାଇନୀୟମାନଙ୍କ ପାଇଁ ଉଭୟ ଓ୍ବେଷ୍ଟ୍‌ ବ୍ୟାଙ୍କ ଏବଂ ଗାଜା ଷ୍ଟ୍ରିପ୍‌ରେ ନିଜ ଘରକୁ ଫେରିବା ପାଇଁ ଦ୍ୱାର ଖୋଲିପାରେ।

Leave A Reply

Your email address will not be published.