ଶେଷରେ ଚାକିରୀରୁ ନିଳମ୍ବନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା, ଲାଞ୍ଚ ନେଇ ହୋଇଛନ୍ତି ଗିରଫ

0

ଭୁବନେଶ୍ବର(ଆମ ଟିଭି): ଶେଷରେ ଚାକିରୀରୁ ନିଲମ୍ବିନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା। ସେ କଳାହାଣ୍ଡି ଧର୍ମଗଡର ଉପଜିଲ୍ଲାପାଳ ଭାବେ ଜଣେ ବ୍ୟବସାୟୀଙ୍କଠାରୁ ଦଶ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ରଙ୍ଗ ହାତରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କ ସରକାରୀ ବାସ ଭବନରୁ ପ୍ରାୟ 47 ଲକ୍ଷ ଟଙ୍କା ବାହାରିଥିଲା।

ତାଙ୍କୁ ଆଇନ ଅନୁସାରେ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲଣ କରିଥିଲା। ସେଠାରେ ତାଙ୍କର ଜାମିନୀ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲରେ ଭର୍ତ୍ତି କରାଯାଇଛି। ଏହାପରେ ଆଜି ତାଙ୍କୁ ଚାକିରୀରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଲମ୍ବିତ କରିଛନ୍ତି।

Leave A Reply

Your email address will not be published.