ନୂଆଦିଲ୍ଲୀ (ଆମ ଟିଭି): ଆଇସିସି ଦିନିକିଆକୁ ନେଇ ଭାରତରେ ଆରମ୍ଭ ହେଲାଣି ଉତ୍ସାହ । ଆସନ୍ତା ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ୟ୍ୟନ୍ତ ଭାରତରେ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ । ଏହାରି ଭିତରେ ୫ ଥରର ଚାମ୍ପିୟନ ଅଷ୍ଟ୍ରେଲିଆ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି । ଅଷ୍ଟ୍ରେଲିଆ ୧୮ ଜଣିଆ ଦଳିଆ ଘୋଷଣା କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଚୂଡାନ୍ତ ୧୫ ଜଣିଆ ଦଳ ଖୁବଶୀଘ୍ର ଘୋଷଣା କରିବ । ଘୋଷିତ ୧୮ ଜଣିଆ ଦଳରେ ଅନେକ ନାଁ ଚକିତ କରିଛି ।
ଅଲରାଉଣ୍ଡର ଆରୋନ ହାର୍ଡି ଓ ସ୍ପିନର ତନଭୀର ସାଂଘାଙ୍କୁ ଏହି ୧୮ ଜଣିଆ ଦଳରେ ସ୍ଥାନ ମିଳିଛି । ତେବେ ଦଳର ଭରସାଯୋଗ୍ୟ ବ୍ୟାଟର ମାର୍ନସ ଲାବୁସେନଙ୍କୁ ୧୮ ଜଣିଆ ଦଳରୁ ବାଦ ଦିଆଯାଇଛି । ଆଇସିସି ନିୟମ ଅନୁସାରେ ଆସନ୍ତା ସେପ୍ଟେମ୍ବର ୨୮ ସୁଦ୍ଧା ସମସ୍ତ ଟିମ୍ ନିଜର ଦଳ ଘୋଷଣା କରିବେ । କିନ୍ତୁ ଏହାର ଢେର ଦିନ ପୂର୍ବରୁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି ।