ଏମ୍ସ ପରେ ଆଇସିଏମଆର ୱେବସାଇଟ୍ ହ୍ୟାକ୍

0

ନୂଆଦିଲ୍ଲୀ (ଆମ ଟିଭି): ଏମ୍ସ ପରେ ଆସିଏମଆର । ପୁଣିଥରେ ଗୋଟିଏ ସରକାରୀ ସଂସ୍ଥା ଉପରେ ସାଇବର ଆଟାକ ହୋଇଥିବା ଖବର ସାମ୍ନାକୁ ଆସିଛି। କିଛି ଦିନ ତଳେ ସାଇବର ଆଟାକର୍ସ ଏମ୍ସ ସର୍ଭରକୁ ହ୍ୟାକ୍ କରିଥିଲେ। ଏବେ ଆଇସିଏମଆର ୱେବସାଇଟ ଉପରେ ହ୍ୟାକରମାନେ ଆକ୍ରମଣ କରିଛନ୍ତି। ଭାରତର ଟପ୍ ମେଡିକାଲ ବଡିର ୱେବସାଇଟ୍କୁ ନଭେମ୍ବର ୩୦ ତାରିଖରେ ସାଇବର ଆଟାକରମାନେ ୬ ହଜାର ଥର ହ୍ୟାକ୍ କରିବାକୁ ଉଦ୍ୟମ କରିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଯେଉଁ ଆଇପି ଠିକଣା ଦ୍ୱାରା ୱେବସାଇଟ୍କୁ ହ୍ୟାକ କରିବାକୁ ଉଦ୍ୟମ ହୋଇଥିଲା, ତାହା ହଂକଂରେ ଅବସ୍ଥାପିତ। ଏହାର ଅର୍ଥ ହଂକଂରୁ କେହି ଆଇସିଏମଆରର ୱେବସାଇଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରିଥିଲେ। ତେବେ ସାଇବର ଆଟାକର୍ସମାନଙ୍କ ଶତ ଚେଷ୍ଟା ସତ୍ତ୍ୱେ ଆଇସିଏମଆର୍ର ୱେବସାଇଟ୍କୁ ହ୍ୟାକ କରିବାକୁ ସଫଳ ହୋଇନାହାନ୍ତି।

Leave A Reply

Your email address will not be published.