ରାହୁଲ ଗାନ୍ଧୀଙ୍କୁ ୩ ଘଣ୍ଟା ଜେରା କଲା ଇଡି
ନୂଆଦିଲ୍ଲୀ(ଆମ ଟିଭି): ରାହୁଲ ଗାନ୍ଧୀଙ୍କୁ ୩ ଘଣ୍ଟା ଜେରା କଲା ଇଡି। ନ୍ୟସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଇଡି ପକ୍ଷରୁ ସମନ ହେବା ପରେ ଆଜି ଏହାର କାର୍ଯ୍ୟାଳୟରେ ହାଜର ହୋଇଥିଲେ ରାହୁଲ । ଏହି ମାମଲାରେ ଇଡି ଅଧିକାରୀ ତାଙ୍କୁ ୩ ଘଣ୍ଟା ଧରି ପ୍ରଶ୍ନ ପଚାରିଥିଲେ । ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ଇଡି ଜୁନ୍ ୨ ତାରିଖରେ ହାଜର ହେବାକୁ ଡକାଇଥିଲା । କିନ୍ତୁ ବିଦେଶରେ ଥିବା କହି ରାହୁଲ୍ ହାଜର ହୋଇପାରିନଥିଲେ । ଇଡିର ଦ୍ୱିତୀୟ ନୋଟିସ୍ ପରେ ରାହୁଲ ଗାନ୍ଧୀ ଆଜି ହାଜର ହୋଇଥିଲେ। ଇଡିରେ ରାହୁଲ ଗାନ୍ଧୀଙ୍କ ହାଜର ହେବାକୁ ନେଇ ସାରା ଦିଲ୍ଲୀରେ ରାସ୍ତା ଗୁଡିକୁ ସିଲ କରାଯାଇଥିଲା ।