ବିଜାପୁରରେ IED ବିସ୍ଫୋରଣ: ଜଣେ ଯବାନ ସହିଦ, ୩ ସୈନିକ ଆହତ

0

ଛତିଶଗଡ଼(ଆମ ଟିଭି):  ଛତିଶଗଡ଼ ବିଜାପୁର ଜିଲ୍ଲାରେ ଘଟିଛି ଆଇଇଡି ବିସ୍ଫୋରଣ । ଯେଉଁଥିରେ ଜଣେ ଯବାନ ସହିଦ ହୋଇଥିବାବେଳେ ୩ଜଣ ଆହତ ହୋଇଛନ୍ତି । ସର୍ଚ୍ଚ ଅପରେସନ୍ ସମୟରେ ବିସ୍ଫୋରଣ ଘଟିଥିଲା । ଡିଆରଜିର ସହିଦ ଯବାନ ହେଲେ ଦୀନେଶ ନାଗ ।

ସୂଚନାନୁଯାୟୀ, ମାଓବାଦୀଙ୍କ ବିରୋଧରେ ଡିଆରଜି ଟିମ୍ ଗତକାଲି କିମ୍ବା ୧୭ ଅଗଷ୍ଟରୁ ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନ ସମୟରେ ଆଜି ସକାଳେ ବୋମା ବିସ୍ଫୋରଣ ହୋଇଥିଲା । ଯାହାକୁ ଆଇଇଡି ବିସ୍ଫୋରଣ ବୋଲି କୁହାଯାଉଛି । ଯେଉଁଥିରେ ଡିଆରଜି ଯବାନଙ୍କ ସହିଦ ହୋଇଥିବାବେଳେ ୩ ଜଣ ଆହତ ହୋଇଥିଲେ । ବର୍ତ୍ତମାନ ସେହି ୩ ଜଣ ଆହତ ଥିବା ସୈନିକଙ୍କ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି । ତଥାପି ସେମାନଙ୍କ ଚିକିତ୍ସା ଚାଲୁ ରହିଛି ।

Leave A Reply

Your email address will not be published.