ନୂଆଦିଲ୍ଲୀ (ଆମ ଟିଭି): ରେସଲରମାନଙ୍କ ପ୍ରତିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ରେସଲିଂ ଫେଡରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏଫଆଇଆର କରିବାକୁ ପ୍ରସ୍ତୁତ ହେଉଛି । ଦିଲ୍ଲୀ ପୋଲିସ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ଖେଳାଳିଙ୍କ ଅଭିଯୋଗ ଉପରେ ବ୍ରିଜଭୂଷଣ ବିରୋଧରେ ମାମଲା ରୁଜୁ କରାଯିବ । ଖେଳାଳିମାନେ ପ୍ରେସମିଟ କରି ବ୍ରିଜଭୂଷଣଙ୍କୁ ଗିରଫ କରିବା ପାଇଁ ପୁଣି ଦାବି ଦୋହରାଇଛନ୍ତି ।
୭ ଜଣ ମହିଳା ଖେଳାଳି କୋର୍ଟରେ ଏଫଆଇଆର ଦାଖଲ କରିବା ପାଇଁ ଆଦେଶ ଜାରି କରିବା ପାଇଁ ଆବେଦନ କରିଥିଲେ । କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି, ଯଦି ଫେଡରେସନର ଅଧ୍ୟକ୍ଷ ଖେଳାଳିଙ୍କ ଶୋଷଣ କରିବେ ତେବେ ଆମେ କାହା ପାଖରେ ଅଭିଯୋଗ କରିବୁ ।