ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ, ଧାମନଗର ନିର୍ବାଚନକୁ ନେଇ ରାଜନୀତି ସରଗରମ

0

ଭୁବନେଶ୍ୱର (ଆମ ଟିଭି): ପାଖେଇ ଆସିଲାଣି ଧାମନଗର ଉପନିର୍ବାଚନ। ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ କରାଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଭିନ୍ନ ଅଭିଯୋଗ ହେଉଥିବା ବେଳେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ନେଇ ଦେଖାଦେଉଛି ସସ୍‌ପେନ୍ସ। ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସବୁ ପ୍ରସଙ୍ଗ ଉପରେ ନିଜ ମତାମତ ରଖିଛନ୍ତି। ଏଥିସହ ତଥ୍ୟ ସମ୍ବଳିତ ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଶ୍ରୀ ଲୋହାନୀ କହିଛନ୍ତି, ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ନିର୍ବାଚନ ହେବ। ୬ ତାରିଖରେ କାଉଣ୍ଟିଂ ହେବ ଓ ରେଜଲ୍ଟ ପ୍ରକାଶ ପାଇବ।

Leave A Reply

Your email address will not be published.