ନୂଆଦିଲ୍ଲୀ (ଆମ ଟିଭି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ବିଜେଡି ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ସଂସଦୀୟ ଦଳର ନେତା ଏକ ପଦବୀ, ଯାହାକି ସଂପୃକ୍ତ ଦଳର ରାଜ୍ୟ ସଭା କିମ୍ବା ଲୋକ ସଭାର ଏମପି ଅଟନ୍ତି। ତେବେ ଏମପି ନ ହେବା ସତ୍ତ୍ୱେ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିବା ନବୀନ ପ୍ରଥମ ନେତା ନୁହଁନ୍ତି। ନବୀନଙ୍କ ପୂର୍ବରୁ ମମତା ବାନାର୍ଜୀ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ମମତା ବାନାର୍ଜୀ ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି।
ତେବେ ସଂସଦୀୟ ଦଳର ନେତା ଭାବେ ଏହି ଦୁଇଜଣ ନିଯୁକ୍ତି ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି, ଜଣେ ନେତା ଏମପି ନ ହୋଇ କ’ଣ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇପାରିବେ? ଯଦି ହଁ ତେବେ କାହିଁକି?
ସଂସଦୀୟ ଦଳର ନେତା ହିଁ ଲୋକ ସଭା ଓ ରାଜ୍ୟ ସଭାରେ ଦଳର ନେତା କିଏ ହେବେ ସେନେଇ ବାଚସ୍ପତିଙ୍କ ନିକଟକୁ ପ୍ରସ୍ତାବ ପଠାଇଥା’ନ୍ତିି। ପାର୍ଟିର ସଂସଦୀୟ ଦଳ ନେତା ହିଁ ଉପ ନେତା ତଥା ମୁଖ୍ୟ ସଚେତକଙ୍କୁ ଚୟନ କରନ୍ତି ଏବଂ ଏହାର ପ୍ରସ୍ତାବ ଲୋକ ସଭା ରାଜ୍ୟ ସଭାକୁ ପଠାଇଥା’ନ୍ତି।