ନୂଆଦିଲ୍ଲୀ (ଆମ ଟିଭି): ଡିଜେଲ ଗାଡ଼ିକୁ ନେଇ ଏବ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ । ଭାରତୀୟ କାର୍ କମ୍ପାନିଙ୍କୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ବିଭାଗ ମନ୍ତ୍ରୀ ନୀତୀନ ଗଡ଼କରୀ ସତର୍କ କରାଇ ଦେଇଛନ୍ତି। ଯଦି କମ୍ପାନିଗୁଡ଼ିକ ଡିଜେଲ ଗାଡ଼ିର ବିକ୍ରି ନକମାଇବେ ତାହେଲେ ସେ ବାଧ୍ୟ ହୋଇ ଏହି ଗାଡ଼ି ଉପରେ ଟିକସ ବଢ଼ାଇବାକୁ ଅର୍ଥମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବେ। ଟିକସ ବଢ଼ିଲେ ଡିଜେଲରେ ଚାଳିତ ଗାଡ଼ି ବିକ୍ରି କରିବା କଷ୍ଟକର ହେବ। ଫଳରେ କମ୍ପାନିଙ୍କ ଡିଜେଲ ଚାଳିତ ଗାଡ଼ି ଉତ୍ପାଦନ ମଧ୍ୟ କମିବ ବୋଲି ଗଡ଼କରୀ ଆଜି କହିଛନ୍ତି।
ତେଣୁ ଡିଜେଲ ଗାଡ଼ି ଉତ୍ପାଦନ ବନ୍ଦ କର ବୋଲି ଗଡ଼କରୀ ନୂଆଦିଲ୍ଲୀଠାରେ ସିଆମର ୬୩ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି। ତେବେ ଗଡ଼କରୀଙ୍କ ଏହି ବକ୍ତବ୍ୟ ପରେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଯେ ଡିଜେଲ କାର ଉପରେ ଅତିରିକ୍ତ ୧୦ ପ୍ରତିଶତ ଜିଏସଟି ଲାଗୁ ହେବ।