ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲେ ଏହି ଦେଶଗୁଡ଼ିକ ଉପରେ ପ୍ରଥମେ ପଡ଼ିବ ମିସାଇଲ, ଭାରତରେ ହେବ…

0

ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ, ତେବେ କେତେକ ଦେଶ ମିସାଇଲ ଆକ୍ରମଣର ପ୍ରଥମ ଲକ୍ଷ୍ୟ ହେବେ, ଆନ୍ୟମାନେ ନିରପେକ୍ଷ ନୀତି ଓ ଭୌଗୋଳିକ ଅବସ୍ଥାନ ହେତୁ ସୁରକ୍ଷିତ ରହିବେ।

ବିଶେଷଜ୍ଞମାନଙ୍କ ମତରେ, ଭୌଗୋଳିକ ଅବସ୍ଥାନ, ସାମରିକ ଭୂମିକା ଏବଂ ରାଜନୈତିକ ଜୋଟ ହେତୁ ଇସ୍ରାଏଲ, ଇରାନ, ୟୁକ୍ରେନ, ଦକ୍ଷିଣ କୋରିଆ, ଜାପାନ ଏବଂ ତାଇୱାନ ପରି ଦେଶଗୁଡ଼ିକ ମିସାଇଲ ଆକ୍ରମଣର ପ୍ରଥମ ଲକ୍ଷ୍ୟ ହୋଇପାରନ୍ତି। ବର୍ତ୍ତମାନର ପରିସ୍ଥିତି ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ପଶ୍ଚିମ ଏସିଆରୁ ଆରମ୍ଭ ହୋଇପାରେ, ଯେଉଁଠାରେ ଆମେରିକା, ଇସ୍ରାଏଲ ଏବଂ ୟୁରୋପୀୟ ଦେଶଗୁଡ଼ିକ ଏକ ପକ୍ଷରେ ରହିବେ, ଆନ୍ୟପକ୍ଷରେ ରୁଷିଆ, ଚୀନ, ଉତ୍ତର କୋରିଆ ଏବଂ କେତେକ ଆରବ ଦେଶ ରହିବେ। ଏହି ସଂଘର୍ଷ ଯଦି ଆହୁରି ତୀବ୍ର ହୁଏ, ତେବେ ଚୀନ ଓ ଉତ୍ତର କୋରିଆ ରୁଷିଆ ଓ ଇରାନକୁ ସମର୍ଥନ କରି ଯୁଦ୍ଧରେ ସାମିଲ ହୋଇପାରନ୍ତି।

କେଉଁ ଦେଶଗୁଡ଼ିକ ରହିବେ ସୁରକ୍ଷିତ?
ଗ୍ଲୋବାଲ ପିସ ଇଣ୍ଡେକ୍ସ ୨୦୨୫ ରିପୋର୍ଟ ଅନୁଯାୟୀ, କେତେକ ଦେଶ ନିରପେକ୍ଷତା ଏବଂ ଶାନ୍ତିପୂର୍ଣ୍ଣ ନୀତି ହେତୁ ତୃତୀୟ ବିଶ୍ୱଯୁଦ୍ଧ ସମୟରେ ସୁରକ୍ଷିତ ରହିବେ। ଏହି ଦେଶଗୁଡ଼ିକ ହେଉଛି:
ଆଇସଲ୍ୟାଣ୍ଡ
ଆୟର୍ଲ୍ୟାଣ୍ଡ
ନ୍ୟୁଜିଲ୍ୟାଣ୍ଡ
ଅଷ୍ଟ୍ରିଆ
ସୱିଟଜରଲ୍ୟାଣ୍ଡ
ସିଙ୍ଗାପୁର
ପର୍ତ୍ତୁଗାଲ
ଡେନମାର୍କ
ସ୍ଲୋଭେନିଆ
ଫିନଲ୍ୟାଣ୍ଡ

ଏହି ତାଲିକାରେ ୟୁରୋପୀୟ ଦେଶଗୁଡ଼ିକର ପ୍ରାଧାନ୍ୟ ରହିଛି, କେବଳ ସିଙ୍ଗାପୁର ଏକମାତ୍ର ଏସୀୟ ଦେଶ ଭାବେ ସ୍ଥାନ ପାଇଛି। ଏହା ବ୍ୟତୀତ, ସ୍ବିଜରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, କାନାଡା, ସୱୀଡେନ ଏବଂ ଭୁଟାନ ପରି ଦେଶଗୁଡ଼ିକ ମଧ୍ୟ ନିରପେକ୍ଷତା ଓ ଶାନ୍ତିପୂର୍ଣ୍ଣ ନୀତି ହେତୁ ସୁରକ୍ଷିତ ରହିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗ୍ଲୋବାଲ ପିସ ଇଣ୍ଡେକ୍ସ ୨୦୨୫ ଅନୁଯାୟୀ, ଭାରତ ଏବଂ ତା’ର ପଡ଼ୋଶୀ ଦେଶ ପାକିସ୍ତାନ ସୁରକ୍ଷିତ ଦେଶଗୁଡ଼ିକର ତାଲିକାରେ ସ୍ଥାନ ପାଇ ନାହାନ୍ତି। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଏହି ଅଞ୍ଚଳରେ ସାମରିକ ଗତିବିଧି ହେତୁ ଏହି ଦୁଇ ଦେଶ ବିଶ୍ୱଯୁଦ୍ଧରେ ପ୍ରଭାବିତ ହୋଇପାରେ। ତେବେ, ଭାରତର ଶକ୍ତିଶାଳୀ ସାମରିକ କ୍ଷମତା ଏବଂ କୂଟନୈତିକ ନୀତି ଏହାକୁ ସଂଘର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ପ୍ରସ୍ତୁତ ରଖିଛି।

ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନ ଯୁଦ୍ଧ ହେତୁ ରୁଷିଆ ଓ ପଶ୍ଚିମୀ ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଆମେରିକା ଇସ୍ରାଏଲର ସମର୍ଥନରେ ଇରାନ ଉପରେ ଆକ୍ରମଣ କରିଥିବା ରିପୋର୍ଟ ସାମ୍ନାକୁ ଆସିଛି, ଯାହା ସଂଘର୍ଷକୁ ଆହୁରି ଜଟିଳ କରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସଂଘର୍ଷକୁ ବିଶ୍ୱ ସଂଘର୍ଷର ବିପଦ ବୋଲି ଅଭିହିତ କରିଛନ୍ତି ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ଆଲୋଚନାର ପ୍ରସ୍ତାବ ଦେଇଛନ୍ତି।

 

Enter your email to get our daily n

Leave A Reply

Your email address will not be published.