ଭୁବନେଶ୍ୱର (ଆମ ଟିଭି): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ବଡ ଖବର । ଏଣିକି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଏଚଏସଆରପି ନଥିଲେ ଜାନୁଆରୀ ୧୫ରୁ ଚାଲାଣ କଟିବ । ତେବେ କେଉଁ କେଉଁ ଗାଡି ନମ୍ବର ପାଇଁ ଜାନୁଆରୀ ୧୫ ତାରିଖରୁ ଚାଲାଣ କଟିବ ଆସନ୍ତୁ ଜାଣିବା ।
ମିଳିଥିବା ଖବର ଅନୁଯାୟୀ, ଶେଷ ନମ୍ବର ୧ରୁ ୬ ଥିବା ଗାଡିର ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ନଥିଲେ ଆସନ୍ତା ୧୫ତାରିଖରୁ ଚାଲାଣ କଟିବା ଆରମ୍ଭ ହେବ ।
ସେହିଭଳି ଜାନୁଆରୀ ୩୧ରେ ସରୁଛି ଶେଷ ନମ୍ବର ୭ରୁ ୮ ଥିବା ଗାଡିର ଅବଧି । ଫେବୃଆରୀ ୨୮ରେ ସରୁଛି ଶେଷ ନମ୍ବର ୯ ଓ ୦ର ଅବଧି । ଯଦି ଆପଣ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କରାଇନାହାନ୍ତି ତେବେ ତୁରନ୍ତ କରାଇ ନିଅନ୍ତୁ । ନଚେତ୍ ଟ୍ରାଫିକରେ ଧରା ପଡିଲେ ମୋଟା ଅଙ୍କ ତଣ୍ଡ ଗଣିବାକୁ ପଡିପାରେ ।