ଆପଣଙ୍କର ରାତିରେ ବାରମ୍ବାର ନିଦ ଭାଙ୍ଗୁଛି କି, ଜାଣନ୍ତୁ ଏମିତି କାହିଁକି ହୁଏ

0

ଲିଭର ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ । ଏହା ଶରୀରରେ ଏନଜାଇମ କ୍ଷରଣରେ ବଡ ଭୂମିକା ଗ୍ରହଣ କରିଥାଏ । ଯଦି ଲିଭର ବା ଯକୃତ ଖରାପ ହୁଏ ତେବେ ଏହା ବଡ଼ ବିପଦ ହୋଇଥାଏ । ଲିଭର ଖରାପ ହୋଇଛି କି ନାହିଁ ଏହା ପୂର୍ବରୁ ସୂଚନା ଦେଇଥାଏ । ତେବେ ଏହାକୁ ଆମେ ଜାଣିବା ଉଚିତ୍‌ । ମେଡିକାଲକୁ ଯିବା ପୂର୍ବରୁ ମଧ୍ୟ ଆମେ ଶରୀରର କିଛି ଲକ୍ଷଣରୁ ଲିଭର ଖରାପ କି ନାହିଁ ଜାଣିପାରିବା । ଏକ ଗବେଷଣା ଅନୁଯାୟୀ ଏହା ଜଣାପଡିଛି, ଯଦି ରାତି ୧ ଟାରୁ ୪ ଟା ମଧ୍ୟରେ ନୀଦ ବାରମ୍ବାର ଭାଙ୍ଗୁଥାଏ, ତେବେ ଏହା ଲିଭର ଖରାପର ସଂକେତ ଦେଇଥାଏ ।

କ’ଣ କୁହେ ଗବେଷଣା

ନିକଟରେ ଏକ ଗବେଷଣାରୁ ଜଣାପଡିଛି, ରାତିରେ ଯଦି ନୀଦ ହଠାତ୍‌ ଭାଙ୍ଗି ଯାଉଛି, ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଯଦି ଏହି ପ୍ରକ୍ରିୟା ଦୀର୍ଘ ସମୟ ଧରି ହେଉଥାଏ, ଏହା ଲିଭର ଖରାପର ସଂକେତ ହୋଇଥାଏ ।ଏହାକୁ ନନ-ଏଲକୋହଲିକ ଫ୍ୟାଟି ଲିଭର ଡିଜିଜ କୁହାଯାଇଥାଏ । ଏହାଯୋଗୁ ଲିଭର ଠିକ ଭାବେ କାମ କରି ନଥାଏ । ଶରୀର ଭିତରେ ଟକ୍ସିକ ଜିନିଷ ଜମା ହୋଇଯାଇଥାଏ ।

କେଉଁମାନଙ୍କୁ ଲିଭର ଡିଜିଜ ହେବାର ଆଶଙ୍କା

• ଯେଉଁମାନେ ମୋଟା ରୋଗରେ ପୀଡିତ

• ଡାଏବେଟିସ ରୋଗରେ ପୀଡିତ

• ହାଇ କୋଲେଷ୍ଟ୍ରଲ ଲେବଲ ଅଧିକ ହେଲେ

ଲିଭର ରୋଗରୁ ବଂଚିବାର ଉପାୟ

– ଫଳ ଓ ସବୁଜ ପନିପରିବା, ଶସ୍ୟ ଖାଦ୍ୟରେ ସାମିଲ କରିବ ।

– ପ୍ରୋସେସ ଫୁଡ ନଖାଇବା ।

– ନିଜର ଓଜନ କମ ରଖିବାକୁ ଚେଷ୍ଟା କରିବା ।

– ଶାରୀରିକ ବ୍ୟାୟାମ କରିବା ।

– ମଝିରେ ମଝିରେ ଲିଭର ଫଙ୍କସନ ଟେଷ୍ଟ (ଏଲ୍‌ ଏଫ୍‌ ଟି)କରିବା ।

Leave A Reply

Your email address will not be published.