ରାଜଧାନୀରେ ବାଣ ଫୁଟାଇଲେ ଯିବେ ଜେଲ୍

0

ନୂଆଦିଲ୍ଲୀ (ଆମ ଟିଭି): ଆଗକୁ ଆସୁଛି ଦୀପାବଳୀ । ଏଥିପାଇଁ ସମସ୍ତେ ପ୍ରସ୍ତୁତ ହେଲେଣି । କିନ୍ତୁ ଏହାକୁ ନେଇ ଏବେ ଆସିଛି ଆଉ ଏକ ବଡ଼ ଖବର । ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଆଉ ମିଳିବନି ତ୍ରାହି। ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦେଶର ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ଆଜି ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ସରକାର।

ପୂର୍ବରୁ ହିଁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି। ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୁହାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ବାଣ କିଣିବା ଓ ତାକୁ ପୁଟାଇଲେ ୨୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଏଥିସହ ୬ ମାସର ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ। ଏଥିସହ ଯେଉଁମାନେ ବାଣ ଗଚ୍ଛିତ କରି ରଖିବେ ଓ ତାକୁ ବିକ୍ରିରେ ସାମିଲ କରିବେ ତାଙ୍କୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏଥିସହ ତିନି ବର୍ଷ ପାଇଁ ଜେଲ୍ ମଧ୍ୟ ଯିବାକୁ ପଡିବ। ରାଜଧାନୀରେ ଯେପରି ଏହି ନିର୍ଦ୍ଦେଶ କଡାକଡି ପାଳନ ହେବ ସେଥିପାଇଁ ସରକାର ପକ୍ଷରୁ ୪୦୮ଟି ଟିମ୍ ଗଠନ କରାଯାଇଛି। ଆସିଷ୍ଟାଣ୍ଡ କମିଶନରଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀ ପୁଲିସ ୨୧୦ଟି ଟିମ୍ ଗଠନ କରିଛି।

Leave A Reply

Your email address will not be published.