ପିଲାଙ୍କ ଆତ୍ମବିଶ୍ୱାସ ବଢାଇବାକୁ ଚାହୁଁଛନ୍ତି କି ପ୍ରତିଦିନ ପଚାରନ୍ତୁ ଏହି 7 ପ୍ରଶ୍ନ

0

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅଭିଭାବକମାନେ ପିଲାଙ୍କୁ ଯଥେଷ୍ଟ ସମୟ ଦେଇପାରନ୍ତି ନାହିଁ। ଏହାର ପ୍ରଭାବ ଶିଶୁମାନଙ୍କ ମନୋବଳ ଓ ଆତ୍ମବିଶ୍ୱାସ ଉପରେ ସିଧାସଳଖ ପଡ଼ିଥାଏ ।ଶିଶୁମାନେ ଅନେକ ସମୟରେ ନିଜ ଭାବନାକୁ କହିପାରନ୍ତି ନାହିଁ ଫଳରେ ସେମାନେ ଏକା ଓ ଅବୁଝା ମନେ କରନ୍ତି।

ଯଦି ଅଭିଭାବକମାନେ ପ୍ରତିଦିନ କିଛି ସମୟ ଶିଶୁଙ୍କ ସହ ଆଲୋଚନା କରିବେ ଏବଂ ନିମ୍ନଲିଖିତ 7ଟି ପ୍ରଶ୍ନ ପଚାରିବେ, ତେବେ ଶିଶୁଙ୍କ ଆତ୍ମବିଶ୍ୱାସ, ଭାବନାତ୍ମକ ସମ୍ପର୍କ ଉନ୍ନତି ପାଇବ।

ଆଜି ତୁମ ଦିନର ସବୁଠାରୁ ଭଲ ମୁହୂର୍ତ୍ତ କ’ଣ ଥିଲା?
ଏହା ଶିଶୁଙ୍କ ଦୈନିକ ଅନୁଭବକୁ ଜାଣିବାର ସରଳ ଉପାୟ। ଏହା ଦ୍ୱାରା ସେ କ’ଣ କରି ଖୁସି ହୁଏ ଓ କ’ଣ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ସେଥି ପ୍ରକାଶ ପାଏ।

ଯଦି ତୁମେ ପୃଥିବୀରେ ଗୋଟିଏ ଜିନିଷ ବଦଳାଇପାର, ତେବେ କ’ଣ ବଦଳାଇବ?
ଏହି ପ୍ରଶ୍ନ ଶିଶୁଙ୍କ ସ୍ୱପ୍ନ, ଚିନ୍ତାଧାରା ଓ ସମାଜ ପ୍ରତି ତାଙ୍କ ଭାବନାକୁ ଜାଣିବାର ସୁଯୋଗ ଦେଇଥାଏ। ଏହା ଶିଶୁଙ୍କ ସୃଜନଶୀଳତା ଓ ବିଚାର ଶକ୍ତିକୁ ବଢ଼ାଏ।

ବଡ଼ମାନେ ଶିଶୁମାନଙ୍କ ବିଷୟରେ କ’ଣ ଭଲଭାବେ ବୁଝିବା ଉଚିତ?
ଏହା ଶିଶୁଙ୍କୁ ନିଜ ମନର କଥା କହିବାର ଏକ ମଞ୍ଚ ଦେଇଥାଏ। ଏହି ପ୍ରଶ୍ନ ଦ୍ୱାରା ଶିଶୁ ନିଜକୁ ଗୁରୁତ୍ୱପୂର୍ଣ୍ଣ ଓ ଶୁଣାଯାଉଥିବା ଅନୁଭବ କରେ।

ତୁମେ ଯେତେବଳେ ଦୁଃଖରେ କିମ୍ବା ରାଗ ମୁଡରେ ଥାଓ, ତେବେ କ’ଣ କର?
ଏହା ଶିଶୁଙ୍କ ଭାବନାକୁ ସମ୍ଭାଳିବା ପ୍ରଣାଳୀ ବିଷୟରେ ଜାଣିବାର ସୁଯୋଗ। ଯଦି ଶିଶୁ ଠିକ୍ ଉପାୟ ଅନୁସରଣ କରୁନାହିଁ, ତେବେ ଅଭିଭାବକ ସଠିକ୍ ମାର୍ଗଦର୍ଶନ ଦେଇପାରିବେ।

ପରିବାର ସହ ତୁମେ କେଉଁ ନୂଆ କାମ କରିବାକୁ ଚାହୁଁଛ?
ଏହା ପରିବାର ସଦସ୍ୟମାନଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରେ। ଏକସାଥିରେ ନୂଆ କାର୍ଯ୍ୟ କଲେ ଶିଶୁ ଖୁସି ଓ ସୁରକ୍ଷିତ ଅନୁଭବ କରେ।

ଆଜି ପର୍ଯ୍ୟନ୍ତ କେହି ତୁମ ପାଇଁ ସବୁଠାରୁ ଭଲ କ’ଣ କରିଛି?
ଏହି ପ୍ରଶ୍ନ ଶିଶୁଙ୍କ ମନରେ କୃତଜ୍ଞତା ଓ ଦୟାଭାବ ଉତ୍ପନ୍ନ କରେ। ସେମାନେ ଅନ୍ୟମାନଙ୍କ ଭଲ କାମକୁ ମୂଲ୍ୟ ଦେବା ଶିଖନ୍ତି।

କାହିଁକି ଏହି ପ୍ରଶ୍ନଗୁଡ଼ିକ ଜରୁରୀ?
✔️ ଶିଶୁଙ୍କ ସହ ଭାବନାତ୍ମକ ସମ୍ପର୍କ ମଜବୁତ ହୁଏ
✔️ ଆତ୍ମବିଶ୍ୱାସ ବଢ଼େ
✔️ ଆଲୋଚନାର ପରିବେଶ ସୃଷ୍ଟି ହୁଏ
✔️ ମାନସିକ ସମସ୍ୟାକୁ ପୂର୍ବରୁ ଚିହ୍ନଟ କରିହେବ

ପ୍ରତିଦିନ କେବଳ 10–15 ମିନିଟ୍ ଶିଶୁଙ୍କୁ ଦିଅନ୍ତୁ। ସେମାନଙ୍କ କଥା ଧୀରେ ଓ ଧୈର୍ଯ୍ୟର ସହିତ ଶୁଣନ୍ତୁ।

Leave A Reply

Your email address will not be published.