ଆପ ନାଁରେ ଆସିଲ ସାଙ୍ଘାତିକ ଅଭିଯୋଗ, ଜାଣନ୍ତୁ କଣ

0

ନୂଆଦିଲ୍ଲୀ : ବିଜେପିର ଗୁଇନ୍ଦାଗିରି କରୁଛି ଆମ୍‌ ଆଦମୀ ପାର୍ଟି ସରକାର। ଏଭଳି କିଛି ଅଭିଯୋଗ ହୋଇଛି। ଏହି ମାମଲାରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ତଥା ଏଲଜି ବିନୟ ସାକ୍ସେନା ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ଅନୁମତି ଦେଇଛନ୍ତି। ସିସୋଦିଆଙ୍କ ସମେତ ୬ ଅନ୍ୟ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହେବ। ଏହି ୬ ଜଣଙ୍କ ମଧ୍ୟରେ ଜେଣ ଆଇଏଏସ୍‌ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି।

ଅଭିଯୋଗ ମୁତାବକ, ଆମ୍‌ ଆଦମୀ ପାର୍ଟି ସରକାର ୨୦୧୫ରେ କ୍ଷମତାକୁ ଆସିବା ପରେ ଭିଜିଲାନ୍ସ ବିଭାଗ ଅଧୀନରେ ଏକ ଫିଡବ୍ୟାକ୍ ୟୁନିଟ୍ ଗଠନ କରିଥିଲେ ଯାହା ରାଜନୈତିକ ବିରୋଧୀଙ୍କ ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ହୋଇଥିଲା। ଏଲଜିଙ୍କ କାର୍ଯ୍ୟାଳୟର ଅଧିକାରୀଙ୍କ କହିବାନୁସାରେ, ସିବିଆଇର ପ୍ରାଥମିକ ଅନୁସନ୍ଧାନରେ ଏହା ସାମ୍ନାକୁ ଆସିଛି ଯେ ନେତାଙ୍କ ଉପରେ ଗଇନ୍ଦାଗିରି କରିବା ପାଇଁ ଏହି ଫିଡବ୍ୟାକ୍ ୟୁନିଟ୍ ବ୍ୟବହାର କରାଯାଇଥିଲା।

ଏହି ମାମଲାରେ ଆଜି ଦିଲ୍ଲୀ ବିଜେପି ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛି। ଏଥିରେ ଦିଲ୍ଲୀ ବିଜେପି କାର୍ଯ୍ୟରତ ସଭାପତି ବିରେନ୍ଦ୍ର ସଚ୍ଚେଦେବ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ରାମବୀର ସିଂ ବିଧୁଡି ମଧ୍ୟ ସାମିଲ ଅଛନ୍ତି। ବିରୋଧୀ ଦଳର ନେତାଙ୍କ ଉପରେ ନଜର ରଖିବା ପାଇଁ ଭିଜିଲାନ୍ସ ବିଭାଗ ଅଧୀନରେ ଏହି ୟୁନିଟ୍ ଗଠନ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ଫିଡବ୍ୟାକ୍ ୟୁନିଟ୍ ଗଠନ ସମୟରେ ଏକ କୋଟି ଟଙ୍କା ଦିଆଯାଇଥିବା ବିଜେପି କହିଛି। ଏହି ପାଣ୍ଠିର ନାମ ସିକ୍ରେଟ୍ ସର୍ଭିସ୍ ଫଣ୍ଡ ଥିଲା। FBUର ମୁଖ୍ୟ ମଧ୍ୟ ସାମରିକ ବାହିନୀର ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦିଆଯାଇଥିଲା। ଏଥିପାଇଁ ଏଥିରେ ଖର୍ଚ୍ଚ ହୋଇଥିବା ଟଙ୍କା ମଧ୍ୟ ମନୀଷ ସିସୋଦିଆଙ୍କଠାରୁ ଆଦାୟ କରାଯାଉ ବୋଲି ବିଜେପି ଦାବି କରୁଛି।

Leave A Reply

Your email address will not be published.