ହୋଲିରେ ହନୁମାନ ପୂଜାର ମହତ୍ତ୍ୱ: କେମିତି ମିଳେ ଆର୍ଥିକ ସଫଳତା?*

0

ରଙ୍ଗର ପର୍ବ ହୋଲି କେବଳ ଆନନ୍ଦ ଓ ମଜାର ପର୍ବ ନୁହେଁ, ଏହା ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱରେ ମଧ୍ୟ ଅତ୍ୟନ୍ତ ସମୃଦ୍ଧ। ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ହୋଲି ପର୍ବ ପାଳନ କରାଯାଏ। ଏହି ପର୍ବ ମାନବମାନଙ୍କ ମଧ୍ୟରେ ଭାଇଚାରା, ପ୍ରେମ ଓ ସମ୍ମିଳନର ସନ୍ଦେଶ ଦେଇଥାଏ। ହୋଲି ଦିନ ଲୋକମାନେ ସମସ୍ତ ରାଗ-ଦ୍ୱେଷ, ମନମୁଟାବ ଭୁଲି ଏକାଠି ହୋଇ ପରସ୍ପରକୁ ରଙ୍ଗ ଲଗାଇ ଖୁସି ପାଳନ କରନ୍ତି।ହୋଲି ପର୍ବ ଦୁଇ ଦିନ ଧରି ପାଳନ କରାଯାଏ—

ପ୍ରଥମ ଦିନ ହୋଲିକା ଦହନ, ଯାହା ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ।

ଦ୍ୱିତୀୟ ଦିନ ରଙ୍ଗ ଖେଳାଯାଏ, ଯାହାକୁ ହୋଲି ଖେଳ ବୋଲି କୁହାଯାଏ।

*ହୋଲି ଓ ଭଗବାନ ହନୁମାନଙ୍କ ସମ୍ପର୍କ*

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି ସମ୍ବତ୍ସରର ରାଜା ଓ ମନ୍ତ୍ରୀ ଉଭୟ ମଙ୍ଗଳ ହୋଇଥାନ୍ତି, ତେବେ ଏହାର ବିଶେଷ ପ୍ରଭାବ ରହେ। ମଙ୍ଗଳ ଗ୍ରହଙ୍କ କାରକ ଭଗବାନ ହନୁମାନ। ସେଥିପାଇଁ ହୋଲି ଦିନ ହନୁମାନଙ୍କ ପୂଜା ଓ କିଛି ବିଶେଷ ଉପାୟ କଲେ ଜୀବନର କଷ୍ଟ, ବାଧା ଓ ଅଶାନ୍ତିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି।

*ହୋଲି ଦିନ କେମିତି କରିବେ ହନୁମାନଙ୍କ ପୂଜା*

ପ୍ରଥମେ ପବିତ୍ର ସ୍ନାନ କରି ନିକଟସ୍ଥ ହନୁମାନ ମନ୍ଦିରକୁ ଯାଇ ଦର୍ଶନ କରନ୍ତୁ। ତାପରେ ଘରେ ଶୁଦ୍ଧ ମନେ ପୂଜା ଆରମ୍ଭ କରନ୍ତୁ।

ସିନ୍ଦୁର ଓ ଚେମେଲୀ ତେଲ ଅର୍ପଣ।ପୂଜା ସମୟରେ ହନୁମାନଙ୍କୁ ସିନ୍ଦୁର ଓ ଚେମେଲୀ ତେଲ ଅର୍ପଣ କରନ୍ତୁ। ଏହା ମଙ୍ଗଳ ଦୋଷ ନିବାରଣରେ ଉପକାରୀ ବୋଲି ମନାଯାଏ।ହନୁମାନଙ୍କୁ ଫୁଲ ମାଳା ପିନ୍ଧାଇ ପ୍ରସାଦ ଅର୍ପଣ କରନ୍ତୁ ଓ ଘିଅର ଦୀପ ପ୍ରଜ୍ୱଳିତ କରନ୍ତୁ।

ସମ୍ଭବ ହେଲେ ହନୁମାନଙ୍କୁ ନୂତନ ବସ୍ତ୍ର ଅର୍ପଣ କରି ବିଧିବିଧାନ ସହ ପୂଜା କରନ୍ତୁ।ପୂଜା ପରେ ହନୁମାନ ଚାଳିଶା ପାଠ କରି ଆରତି କରନ୍ତୁ।ଗୁଡ଼ ଓ ଚଣା ପ୍ରସାଦ ଭାବେ ଅର୍ପଣ କରି ସମସ୍ତଙ୍କୁ ବଣ୍ଟନ କରନ୍ତୁ।ଏଥିସହହୋଲି ରାତିରେ ହନୁମାନ ଚାଳିଶା ସହିତ ବଜରଙ୍ଗ ବାଣ ପାଠ କରିବା ଅତ୍ୟନ୍ତ ଶୁଭ ମନାଯାଏ। ଏହା ଭୟ, ବାଧା ଓ ନକାରାତ୍ମକ ଶକ୍ତିରୁ ରକ୍ଷା କରେ।

ଧାର୍ମିକ ନିୟମ ଅନୁସାରେ ହୋଲି ପାଳନ କଲେ ପର୍ବର ଆନନ୍ଦ ସହ ଆଧ୍ୟାତ୍ମିକ ଫଳ ମଧ୍ୟ ମିଳିଥାଏ।

Leave A Reply

Your email address will not be published.