ପୁଲିସ ଲାଇନ୍ ଗେଷ୍ଟ ହାଉସରେ ରାତି କାଟିଲେ ଇମ୍ରାନ୍ ଖାନ

0

ନୂଆଦିଲ୍ଲୀ(ଆମ ଟିଭି): ଇମ୍ରାନଙ୍କୁ ଗିରଫ ପରେ ଗତକାଲି ତାଙ୍କୁ ଛଡ଼ାଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ମୁକୁଳିଛନ୍ତି ଇମ୍ରାନ୍ ଖାନ୍ । ପାକିସ୍ତାନ ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଦର୍ଶାଇ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ତୁରନ୍ତ ଇମ୍ରାନ ଖାନଙ୍କୁ ଜେଲରୁ ମୁକ୍ତ କରି ଦିଆଯାଇଛି । ହେଲେ ସୁପ୍ରିମକୋର୍ଟ ଇମ୍ରାନଙ୍କୁ ଘରକୁ ଯିବା ପାଇଁ ଅନୁମତି ଦେଇ ନାହାନ୍ତି ।

ଇସଲାମାବାଦ ହାଇକୋର୍ଟରେ ଇମ୍ରାନ ହାଜର ହେବାକୁ ଥିବାରୁ ଓ ସୁରକ୍ଷା ଦୃଷ୍ଟିରୁ ପିଟିଆଇ ମୁଖ୍ୟଙ୍କୁ ପୁଲିସ ଲାଇନ ଗେଷ୍ଟ ହାଉସକୁ ପଠାଇ ଦିଆଯାଇଥିଲା । ସେଠାରେ ସୁପ୍ରିମକୋର୍ଟଙ୍କ ହେପାଜତରେ ରାତି କାଟିଛନ୍ତି ଇମ୍ରାନ ଖାନ । ସେଠାରେ ନିଜ ପରିବାର ଲୋକଙ୍କ ସମେତ ୧୦ ଜଣଙ୍କୁ ସାକ୍ଷାତ ଅନୁମତି ଦିଆଯାଇଛି । ହାଇକୋର୍ଟରେ ହାଜର ପୂର୍ବରୁ ଇମ୍ରାନଙ୍କୁ ଅନ୍ୟ ମାମଲାରେ ଯେମିତି ଗିରଫ କରାନଯିବ ସେଇଥିପାଇଁ ସୁପ୍ରିମକୋର୍ଟ ନିଜ ହେପାଜତରେ ରଖିଛନ୍ତି ।

Leave A Reply

Your email address will not be published.