ଲାହୋର କୋର୍ଟର ଆଶ୍ରୟ ନେଲେ ଇମ୍ରାନ୍ ଖାନ୍

0

କଟକ (ଆମ ଟିଭି): ଇମ୍ରାନ୍ ଖାନଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । କୌଣସି ମୁହୁର୍ତ୍ତରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ । ଜାମିନ୍ ବିହୀନ ଗିରଫ ପରୱାନା ଧରି ଇମ୍ରାନଙ୍କ ଘରେ ପହଞ୍ଚିଥିଲା ଇସଲାମାବାଦ ପୋଲିସ । ତେବେ ଇମ୍ରାନ୍ ତାଙ୍କ ଘରେ ନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଇମ୍ରାନ ଗିରଫଦାରିକୁ ଏଡାଇବା ପାଇଁ ଲାହୋଇ ହାଇକୋର୍ଟରେ ଆଶ୍ରୟ ନେଇଛନ୍ତି । ଫଳରେ ସେଠାରୁ ଖାଲି ହାତରେ ଫେରିଆସିଛି ପୋଲିସ । ଏହା ପରେ ଇମ୍ରାନ ସର୍ବସମ୍ମୁଖକୁ ଆସି କର୍ମୀଙ୍କୁ ସମ୍ବୋଧନ କରି ଦେଶର ସରକାର ଉପରେ ବର୍ଷିଛନ୍ତି । ଲାହୋରର ଜମାନା ପାର୍କରୁ ଦେଶବାସୀଙ୍କୁ ଇମ୍ରାନ ସମ୍ବୋଧନ କରୁଥିବା ବେଳେ ବାହାର ଗିରଫ କରିବା ପାଇଁ ପୁଲିସ ଜଗି ରହିଛି ।

ଇମ୍ରାନ ଖାନକୁ ତୋଷାଖାନ ଦୁର୍ନୀତି ମାମାଲରେ ଗିରଫ କରିବା ପାଇଁ ଇସଲାମାବାଦ ସେସନ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନେଇ କୋର୍ଟ ୭ ଥର ଇମ୍ରାନଙ୍କୁ ହଜାର ହେବାକୁ ନୋଟିସ୍ ଜାରି କରିଥିଲେ ବି ସେ ହଜାର ହୋଇନଥିଲେ । ଫଳରେ କୋର୍ଟ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛନ୍ତି । କିନ୍ତୁ ଇମ୍ରାନ ପାକିସ୍ତାନ ସରକାରଙ୍କୁ ଦୋଷ ଦେଇ ତାଙ୍କୁ ଫସାଇ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି । ଆଉ କହିଛନ୍ତି, ପାକିସ୍ତାନ ଗୁଏନ୍ଦା ସଂସ୍ଥା ଆଇଏସଆଇ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତାଙ୍କୁ ରାସ୍ତାରୁ ହଟାଇ ଦେବାକୁ ଚାହୁଁଛନ୍ତି । ଏଥିସହ ତୋଷଖାନା ମାମଲାର ଶୁଣାଣିକୁ ସାର୍ବଜନୀନ କରିବାକୁ ଦାବି କରିଛନ୍ତି । ସେପଟେ ପିଟିଆଇ ନେତା ଫୱାଦ ଚୌଧୁରୀ କହିଛନ୍ତି, ମହଙ୍ଗା ଦର ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇବାକୁ ଶେହବାଜ ସରକାର ଇମ୍ରାନଙ୍କୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.