ଇମ୍ରାନ ଖାନଙ୍କ ମିଳିଲା ଆଶ୍ୱସ୍ତି, ଜାଣନ୍ତୁ କାହିଁକି

0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଝୁଲୁଥିବା ଗିରଫଦାରୀର ତରବାରି ଆପାତତଃ କିଛି ସମୟ ପାଇଁ ଟଳିଯାଇଛି । ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ପାକିସ୍ତାନ ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଗିରଫଦାରି ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି ।

ଗତ ବର୍ଷ ତୋଶାଖାନା ମାମଲାରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ପାକିସ୍ତାନ ତେହରିକ ଇନସାଫ ପାର୍ଟି (ପିଟିଆଇ)ର ପ୍ରତିବାଦକୁ ନେଇ ଇମ୍ରାନ ଖାନଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ତେବେ ଇମ୍ରାନ ଖାନ ଡାକ୍ତରୀ କାରଣ ଦର୍ଶାଇ କୋର୍ଟରେ ହାଜର ହେବାରୁ ରିହାତି ପାଇଁ ଅନୁରୋଧ କରିଥିଲେ।

ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ ୱାଜିରାବାଦରେ ଏକ ଶୋଭାଯାତ୍ରା ସମୟରେ ଗୁଳିମାଡ଼ ହେବା ପରଠାରୁ ଲାହୋରସ୍ଥିତ ତାଙ୍କ ଜମାନ୍ ପାର୍କ ବାସଭବନରେ ବିଶ୍ରାମ ନେଉଛନ୍ତି । ବୁଧବାର ଶୁଣାଣି ସମୟରେ ଇମ୍ରାନଙ୍କ ଓକିଲ ବାବର ଆୱାନ କୋର୍ଟଙ୍କୁ କହିଥିଲେ ଯେ ଇମ୍ରାନ ଇସଲାମାବାଦ ଆସିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆସିପାରିନଥିଲେ। ସେ କୋର୍ଟଙ୍କୁ ଏକ୍ସରେ ମଧ୍ୟ ଦେଖାଇଥିଲେ, କିନ୍ତୁ କୋର୍ଟ ତାଙ୍କ କଥା ଶୁଣିନଥିଲେ।

Leave A Reply

Your email address will not be published.