ଲାହୋର କୋର୍ଟରୁ ଇମ୍ରାନଙ୍କୁ ମିଳିଲା ଅନ୍ତରୀଣ ଜାମିନ୍
ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଲାହୋର କୋର୍ଟରୁ ଇମ୍ରାନଙ୍କୁ ମିଳିଛି ଆଶ୍ବସ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଲାହୋରସ୍ଥିତ ଆଣ୍ଟି ଟେରରିଜମ କୋର୍ଟ ।
ପୋଲିସ ବିରୋଧରେ ଦଙ୍ଗା, ଜିଲେ ଶାହା ମର୍ଡର ଆଦି ତିନିଟି ମାମଲାରେ ଇମ୍ରାନଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।