ବିଜେଡିରୁ ବହିସ୍କାର ହେଲେ ଜିଲ୍ଲାପରିଷଦ ସଭ୍ୟା, ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

0

ଭୁବନେଶ୍ବର (ଆମ ଟିଭି): ଏକ ଘଟଣା କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବିଜେଡର ଜଣେ ଜିଲ୍ଲାପରିଷଦ ସଭ୍ୟାଙ୍କୁ ଦଳରୁ ବହିସ୍କାର କରିଛନ୍ତି। ଏନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାଙ୍କୁ ଦଳ ବହିସ୍କାର କଲା ସେ ହେଉଛନ୍ତି ମାଲକାନାଗିରି ଜିଲ୍ଲା ମାଥିଲି ବ୍ଲକର ଜୋନ ତିନିର ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ମାଝୀ। ତାଙ୍କୁ ଦଳରୁ ବହିସ୍କାର କରାଯିବ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଏହି ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.