ଓଡ଼ିଶାରରେ ବିଜେପିର ଲୋକସଭା ଆସନ ୩କୁ ଖସିବ: ଦାମ ରାଉତ

0

ଭୁବନେଶ୍ବର (ଆମ ଟିଭି): ବିଜେପିକୁ କାଉର୍ଟର କଲେ ବରିଷ୍ଠ ରାଜନେତା ଦାମୋସର ରାଉତ । ୨୦୨୪ରେ ବିଜେପି ଓଡ଼ିଶାରେ ୧୬ଟି ଲୋକସଭା ଆସନ ଜିତିବ ବୋଲି ଗତକାଲି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଥିଲେ। ତାଙ୍କର ଏହି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ସେ କହିଛନ୍ତି, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ଆଚରଣ ଯୋଗୁ ବିଜେପି ଓଡ଼ିଶାରେ ଶୋଚନୀୟ ପ୍ରଦର୍ଶନ କରିବ। ଲୋକସଭା ଆସନ ୮ରୁ ୩ ଓ ବିଧାନସଭା ଆସନ ୨୩ରୁ ୧୩କୁ ଖସିବ। ଏପରି ଆକଳନ ଆଦୌ ଅପ୍ରାସଙ୍ଗିକ ନୁହେଁ।

ଶ୍ରୀ ରାଉତ କହିଛନ୍ତି, କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଗସ୍ତରେ ଆସି ଯେଉଁ ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କରୁଛନ୍ତି, ସେଥିରୁ ସ୍ପଷ୍ଟ ହେଉଛି ଯେ ସେମାନେ ସଂଘୀୟ ବ୍ୟବସ୍ଥା ସମ୍ପର୍କରେ ଅବଗତ ନାହାନ୍ତି। ନିଜର ସାମ୍ବିଧାନିକ ସ୍ଥିତି, ଦାୟିତ୍ବ ଓ କର୍ତ୍ତବ୍ୟ ନେଇ ସେମାନେ ସଚେତନ ନାହାନ୍ତି। କେନ୍ଦ୍ର ମନ୍ତ୍ରୀମାନେ ଦଳୀୟ ଭିତ୍ତିରେ କାର‌୍ୟ୍ୟ କରୁଛନ୍ତି। ରାଜ୍ୟଗୁଡ଼ିକ ପରି କେନ୍ଦ୍ର ସରକାରଙ୍କର ରେଳବାଇକୁ ଛାଡ଼ିଲେ ଅନ୍ୟ କୌଣସି ସୂତ୍ରରେ ରାଜସ୍ବ ସଂଗ୍ରହ କରିବାର ବ୍ୟବସ୍ଥା ନାହିଁ।

Leave A Reply

Your email address will not be published.