ନୂଆଦିଲ୍ଲୀ: ବର୍ଷର ଶେଷ ତଥା ୧୦୮ ତମ ମନ କି ବାତରେ ମନର କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଦେଲେ ଆହ୍ୱାନ ।
୨୦୨୩ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଦେଶକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଗାମୀ ବର୍ଷରେ ମଧ୍ୟ ଏହା ଜାରି ରହିବ । ଭାରତ ଏବେ ନୂଆ ଉଦ୍ଭାବନର ହବ ପାଲଟିଥିବା ବେଳେ ପ୍ରତ୍ୟେକ ଭାରତୀୟଙ୍କର ଏଥିରେ ଭାଗିଦାରୀ ରହିଛି ।
୨୦୧୫ ମସିହାରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୦ତମ ସ୍ଥାନରେ ରହିଥିବା ବେଳେ ଏବେ ୪୦ତମ ସ୍ଥାନରେ ରହିଛି । ଚନ୍ଦ୍ରଯାନ-୩କୁ ନେଇ ଏବେ ବି ବିଭିନ୍ନ ଆଡୁ ଶୁଭେଛା ମିଳୁଛି ।