ଯୋଗଗୁରୁ ରାମଦେବଙ୍କ ନାଁରେ ଥାନାରେ ଏତଲା

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଚର୍ଚ୍ଚାରେ ଯୋଗଗୁରୁ ରାମଦେବ । ଯୋଗଗୁରୁ ରାମଦେବଙ୍କ ବିରୋଧରେ ରବିବାର ରାଜସ୍ଥାନର ଏକ ଥାନାରେ ଏଫଆଇଆର୍ ରୁଜୁ ହୋଇଛି। ମୁସଲମାନମାନେ ଆତଙ୍କବାଦୀ କାର୍ୟ୍ୟ କରୁଛନ୍ତି ଏବଂ ହିନ୍ଦୁ ମହିଳାମାନଙ୍କୁ ଅପହରଣ କରୁଛନ୍ତି ବୋଲି ବାରମେର ଜିଲ୍ଲାରେ ହୋଇଥିବା ସନ୍ଥମାନଙ୍କର ଏକ ବୈଠକରେ ଯୋଗଦେବା ସମୟରେ କହିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ତାଙ୍କ ନାମରେ ଚୌହାତନ ଥାନାରେ ଏତଲା ରୁଜୁ ହୋଇଛି। ଆଇପିସିର ଧାରା ୧୫୩ଏ, ୨୯୫ଏ, ୨୯୮ ଅଧୀନରେ ମାମଲା ପଞ୍ଜିକୃତ ହୋଇଛି।

ଭିଡିଓରେ ରାମଦେବ କହିଛନ୍ତି, ଇସଲାମ ଏବଂ ଖ୍ରୀଷ୍ଟିଆନମାନଙ୍କ ଗୋଟିଏ ମାତ୍ର ସମାନ ଏଜେଣ୍ଡା ରହିଛି। ତାହା ହେଉଛି ସେମାନଙ୍କ ଧର୍ମରେ ଅନ୍ୟମାନଙ୍କୁ ପରିଣତ କରିବା।

Leave A Reply

Your email address will not be published.