ଆୟକର ବିଲ୍‌ ୨୦୨୫ ପ୍ରତ୍ୟାହୃତ, ୧୧ରେ ଆଗତ ହେବ ନୂଆ ବିଧେୟକ

0

ଗତ ଫେବୃୟାରୀ ମାସରେ ଲୋକ ସଭାରେ ଆଗତ ହୋଇଥିବା ଆୟକର ବିଲ୍ ୨୦୨୫ ପ୍ରତ୍ୟାହାର କରିନେଇଛନ୍ତି କେନ୍ଦ୍ର ସରକାର। ୧୯୬୧ ଆୟକର ଆଇନକୁ ହଟାଇ ନୂଆ ଆଇନ ଆଣିବା ଉଦ୍ଦେଶ୍ୟରେ ସରକାର ଏହାକୁ ଆଗତ କରିଥିଲେ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଆୟକର ବିଲ୍‌କୁ ପ୍ରତ୍ୟାହାର କରିଛନ୍ତି। ଏହା ବଦଳରେ ଆଉ ଏକ ନୂଆ ବିଧେୟକ ଆସନ୍ତା ୧୧ ତାରିଖରେ ଆଗତ କରାଯିବ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଗଠିତ ମନୋନୟନ କମିଟିର ସୁପାରିସ କ୍ରମେ ଉକ୍ତ ବିଲ୍‌ରେ କିଛିଟା ପରିବର୍ତ୍ତନ କରାଯାଇଛି। ନୂଆ ରୂପରେ ଏହି ବିଲ୍‌କୁ ଆସନ୍ତା ସୋମବାର ଆଗତ କରାଯିବ।

Leave A Reply

Your email address will not be published.